Categories: ଜାତୀୟ

ଭାଜପାରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ୟୁପି ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି। ଆରପିଏନ ସିଂ ସଦ୍ୟ ଭାଜପା ଛାଡିଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ନିର୍ବାଚନ ଲଢିବେ।
ବିଜେପିରେ ଯୋଗଦେବାକୁ ଘୋଷଣା କରି ଆରପିଏନ ସିଂ ଟୁଇଟରରେ ଲେଖିଛନ୍ତି, ଏହା ମୋ ପାଇଁ ଏକ ନୂତନ ଆରମ୍ଭ। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଜୀ ଏବଂ ମାନ୍ୟବର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ରାଷ୍ଟ୍ରନିର୍ମାଣରେ ନିଜର ଯୋଗଦାନ ଦେବା ତତ୍ପର ଅଛି।

Share