Categories: ଖେଳ

ଆଜିର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ସତର୍କ ରହିବାକୁ ପଡ଼ିବ

କୋଲକାତା,୬ା୪: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ କୋଲକାତା ନାଇଟ ରାଇଡର୍ସର ଆଣ୍ଡ୍ରେ ରସେଲଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ଆଣ୍ଡ୍ରେଙ୍କ ବ୍ୟାଟ୍‌ ଏହି ଗ୍ରାଉଣ୍ଡରେ ପୂର୍ବରୁ ନିଆଁ ଲଗାଇ ସାରିଛି।

ଏହି ଗ୍ରାଉଣ୍ଡରେ ଆଣ୍ଡ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅନେକ ଦ୍ରୁତ ଇନିଂସ ଖେଳିଛନ୍ତି। ଯଦି ଏହି ଆକଳନକୁ ଦେଖାଯାଏ, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଣ୍ଡ୍ରେ ୩୯୫ ରନ୍‌ ସ୍କୋର କରିଛନ୍ତି। ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଯେକୌଣସି ଦଳ ପାଇଁ ଏହା ଆଣ୍ଡ୍ରେଙ୍କ ସର୍ବାଧିକ ସ୍କୋର। ଏହା ବ୍ୟତୀତ ଆଣ୍ଡ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ୨୦୭.୦୮୯ ଷ୍ଟ୍ରାଇକ୍‌ ହାରରେ ସ୍କୋର କରିଛନ୍ତି। ଏଥି ସହିତ ଆଣ୍ଡ୍ରେଙ୍କ ହାରାହାରି ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ତେଣୁ ରୟାଲ ଚ୍ୟାଲେଞ୍ଜର୍ସ ଟିମ୍‌କୁ ସତର୍କ ରହିବାକୁ ପଡ଼ିବ। କାରଣ ଏହି ଗ୍ରାଉଣ୍ଡରେ ହିଁ ରସେଲ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୪ ଥର ଅପରାଜିତ ରହିଛନ୍ତି।

Share