ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ଧାରା ଜାରି

ମୁମ୍ବାଇ,୧୩।୫: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୦ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଫାଫ୍‌ ଦୁ ଫ୍ଲେସିସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ। ବେଙ୍ଗାଲୁରୁ ଟିମ୍‌ରେ କୌଣସି ପରବର୍ତ୍ତନ କରି ନ ଥିବା ବେଳେ ପଞ୍ଜାବ ସନ୍ଦୀପ ଶର୍ମାଙ୍କ ବଦଳରେ ହରପ୍ରୀତ ବ୍ରାରଙ୍କୁ ସୁଯୋଗ ଦେଇଛି। ପଞ୍ଜାବ ପାଇଁ ଏହି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରୀ। ଯାହା ଦ୍ୱାରା ପ୍ଲେଅଫ୍‌ ମ୍ୟାଚ୍‌ ଦୌଡରେ ସେ ନିଜର ସ୍ଥାନ ବଜାୟ ରଖିପାରିବ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର: ଫାଫ୍‌ ଦୁ ଫ୍ଲେସିସ୍‌(ଅଧିନାୟକ), ଦୀନେଶ କାର୍ତ୍ତିକ(ଉଇକେଟ କିପର), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍‌ ମାକ୍ସଓ୍ବେଲ, ମାହିପାଲ ଲୋମରୋର, ଶାହବାଜ ଅହମ୍ମଦ, ଓ୍ବାନିନ୍ଦୁ ହଶରଙ୍ଗା, ହର୍ଶେଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ୍‌।
ପଞ୍ଜାବ କିଙ୍ଗ୍ସ: ମୟାଙ୍କ ଅଗ୍ରଓ୍ବାଲ(ଅଧିନାୟକ), ଜିତେଶ ଶର୍ମା(ଉଇକେଟ କିପର), ଜନି ବେଆରଷ୍ଟୋ, ଶିଖର ଧାଓ୍ବନ, ଭନୁକା ରାଜପାକ୍‌ସେ, ଲିଆମ୍‌ ଲିଭିଂଷ୍ଟୋନ୍‌, ରିଷି ଧାଓ୍ବନ, କାଗିଶୋ ରବଡା, ରାହୁଲ ଚହର, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂ।

Share