Categories: ଖେଳ

ଏହି ଖେଳାଳିଙ୍କ ସ୍ତ୍ରୀ ଭାରି ଅଳସୁଆ

ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଷ୍ଟାର୍‌ ଖେଳାଳି ଆରୋନ ଫିଞ୍ଚ୍‌ ଦଳକୁ ପ୍ରଥମଥର ଚାମ୍ପିୟନ୍‌ କରାଇବା ପାଇଁ ଲାଗି ପଡିଛନ୍ତି। ଆରସିବି ପକ୍ଷରୁ ଏହା ତାଙ୍କର ପ୍ରଥମ ସିଜିନ୍‌। ବ୍ୟକ୍ତିଗତ ଜୀବନରେ ଫିଞ୍ଚ୍‌ଙ୍କ ପାଇଁ ଆଇପିଏଲ୍‌ ସବୁଠୁ ଖାସ୍‌ ରହିଛି। କାରଣ ୨୦୧୮ ଆଇପିଏଲ୍‌ର ପ୍ରଥମ ମ୍ୟାଚ ଚାଲିଥିବା ସମୟରେ ସେ ଆମି ଗ୍ରିଫ୍‌ଥଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଥିଲେ। ଆମି ୨୦୧୪ରେ ଅଷ୍ଟ୍ରେଲିଆନ୍‌ ରେଡିୟା ନେଟଓ୍ବାର୍କରେ ଜଣେ ନେଟ୍‌ଓ୍ବାର୍କ ଇଣ୍ଟିଗ୍ରେଶନ୍‌ ସ୍ପେଶାଲିଷ୍ଟ ଭାବରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଆମି ନିଜକୁ ଭାରି ଅଳସୁଆ ଭାବନ୍ତି। କାରଣ ନିଜ ଅଳସୁଆମି ଯୋଗୁ ସେ ଅନେକ କାମ ହାତଛଡା କରିଛନ୍ତି। ବୁଲିବା, କିଣାକିଣି ଏବଂ ଶୋଇବାକୁ ତାଙ୍କୁ ବେଶ୍‌ ପସନ୍ଦ ବୋଲି ସେ କହିଛନ୍ତି।

Share