Categories: ଖେଳ

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

କୋଲକାତା,୩।୪: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୯ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋ ମଧ୍ୟରେ ଖେଳାଯାଉଛି। ଆରସିବି ଅଧିନାୟକ ଫାଫ ଡୁ ଫ୍ଲେସିସ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କୋଲକାତା ବ୍ୟାଟିଂ କରିବ। ଅନ୍ୟପଟେ କୋଲକାତାର ଅଧିନାୟକ ନୀତିଶ ରାଣା ଦଳରେ ଏକ ପରିବର୍ତ୍ତନ କରିଛନ୍ତି। ଅନୁକୂଳଙ୍କ ସ୍ଥାନରେ ସୁୟଶ ଶର୍ମାଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଛି।

Share