Posted inଖେଳ

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଟସ୍‌ ହାରି ବ୍ୟାଟିଂ କରିଥିବା ଆରସିବ ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟରେ ୨୧୮ ରନ୍‌ କରିଥିଲା। ୧୮ ରନ୍‌ରେ ବିଜୟ ତଥା ୧୮ ଓଭର ମଧ୍ୟରେ ରନ୍‌ରେ ପିଛା କରି ଜିତିବାର ଚାପ ଆରସିବି ଉପରେ ରହିଥିଲେ ମଧ୍ୟ ଏହାର ବୋଲର ମାନେ ଚମତ୍କାର ବୋଲିଂ କରି ଚେନ୍ନାଇକୁ ୧୯୧/୭ରେ ସୀମିତ ରଖିଥିଲେ। ପ୍ରଥମ ୮ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ଆରସିବି ଏହାର ଅନ୍ତିମ ୬ ମ୍ୟାଚ୍‌ ଜିତି ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ଫାଫଙ୍କ ଅର୍ଦ୍ଧଶତକ ସହ ପଟିଦାର ଓ ଗ୍ରୀନଙ୍କ ଉପଯୋଗୀ ବ୍ୟାଟିଂ ଓ ଅନ୍ତିମ ଓଭରରେ ୟଶ ଦୟାଲଙ୍କ ଘାତକ ବୋଲିଂ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଆରସିବି।

ଆରସିବି ପକ୍ଷରୁ ବିରାଟ କୋହଲି (୪୭) ଓ ଫାଫ୍‌ ଡୁ ପ୍ଲେସି(୫୪) ପ୍ରଥମ ଉଇକେଟରେ ୯.୪ ଓଭର ବ୍ୟାଟିଂ କରି ୭୮ ରନ୍‌ ଯୋଡିଥିଲେ। କୋହଲି ପ୍ରଥମ ଓଭରରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖି ବ୍ୟାଟିଂ କରିଥିଲେ। ତେବେ ଫାଫ୍‌ ପ୍ରଥମରୁ ଧୀମା ବ୍ୟାଟିଂ କରିଥିଲେ। ତୃତୀୟ ଓଭର ଖେଳ ଶେଷ ହେବା ବେଳକୁ ବର୍ଷା କାରଣରୁ ପ୍ରାୟ ୩୦ ମିନିଟର ଖେଳ ପ୍ରଭାବିତ ହୋଇଥିଲା। ବର୍ଷା ପରେ କିନ୍ତୁ ଚେନ୍ନାଇ ବୋଲର ଲୟରେ ନଜର ଆସିଥିଲେ। ପ୍ରଥମ ୩ ଓଭରରେ ୩୧ ରନ୍‌ କରିଥିବା ଆରସିବି ପାଓ୍ବାର ପ୍ଲେ ଶେଷ ହେବା ସୁଦ୍ଧା ମାତ୍ର ୪୨ ରନ୍‌ କରିଥିଲା। ବର୍ଷା ପରେ ମିଚେଲ ସାଣ୍ଟନର ଓ ମହୀଷ ଥିକ୍‌ସାନା କଞ୍ଜୁସ ବୋଲିଂ କରିଥିଲେ। ତେବେ ବିରାଟ କୋହଲି କିଛି ଚମତ୍କାର ଶଟ୍‌ ସହ ରନ୍‌ ଗତି ବଢାଇଥିଲେ। ମାତ୍ର ୧୦ମ ଓଭରରେ ମିଚେଲ ସାଣ୍ଟନରଙ୍କ ବଲ୍‌ରେ ଆଉଟ ହୋଇଥିଲେ କୋହଲି। ୨୯ ବଲ୍‌ ଖେଳି ସେ ୩ ଚୌକା ଓ ୪ ଛକା ମାରିଥିଲେ। କୋହଲି ଆଉଟ ହେବା ପରେ ଫାଫ୍‌ ଓ ରଜତ ପଟିଦାର(୪୧)ଙ୍କ ମଧ୍ୟରେ ୩୫ ରନ୍‌ର ପାର୍ଟନରଶିପ ହୋଇଥିଲା। ଫାଫ୍‌ ୩୯ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ସହ ୫୪ ରନ୍‌ କରିଥିବା ବେଳେ ଦୁର୍ଭାଗ୍ୟଜନକ ରନ୍‌ଆଉଟ ହୋଇଥିଲେ। ରଜତ ପଟିଦାରଙ୍କ ଷ୍ଟ୍ରେଟ୍‌ ଡ୍ରାଇଭ ସାଣ୍ଟନରଙ୍କ ହାତରେ ବାଜି ଷ୍ଟମ୍ପରେ ବାଜିଥିଲା। ବ୍ୟାଟିଂ ପଦୋନ୍ନତି ପାଇ କାମେରନ୍‌ ଗ୍ରୀନ୍‌ ଚମତ୍କାର ବ୍ୟାଟିଂ କରି ୩୮ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ। ତୃତୀୟ ଉଇକେଟରେ ୭୧ ରନ୍‌ ଯୋଡିବା ପରେ ୪୧ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ସେ ୨୩ ବଲ୍‌ ଖେଳି ୨ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଗ୍ରୀନ୍‌ ୧୭ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ସହ ୩୮ ରନ୍‌ କରିଥିଲେ। ଶେଷ ଭାଗରେ ଦୀନେଶ କାର୍ତ୍ତିକ ୬ ବଲ୍‌ରୁ ୧୪ ଓ ମ୍ୟାକ୍ସଓ୍ବେଲ ୫ ବଲ୍‌ରୁ ୧୬ ରନ୍‌ କରିବାରୁ ଆରସିବି ୨୧୮ ରନ୍‌ରେ ପହଞ୍ଚିଥିଲା। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୨, ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଚେନ୍ନାଇ ପକ୍ଷରୁ ସାଣ୍ଟନର ଓ ମହୀଷ ଥିକ୍‌ସାନା ମିତବ୍ୟୟୀ ବୋଲିଂ କରି ଯଥାକ୍ରମେ ୨୩ ଓ ୨୫ ରନ୍‌ ଦେଇଥିଲେ।

୨୧୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇକୁ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ୨୦୨ ରନ୍‌ ଆବଶ୍ୟକ ଥିଲା। ତେବେ ଦଳ ପ୍ରଥମ ବଲ୍‌ରେ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉଇକେଟ ହରାଇଥିଲା। ଡାରିଲ୍‌ ମିଚେଲ୍‌ ମଧ୍ୟ ମାତ୍ର ୪ ରନ୍‌ କରି ୟଶ ଦୟାଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାଚିନ୍‌ ରବୀନ୍ଦ୍ର(୬୧) ଓ ଅଜିଙ୍କ୍ୟ ରାହାନେ(୩୩) ତୃତୀୟ ଉଇକେଟରେ ୬୬ ରନ୍‌ ଯୋଡିଥିଲେ। ତେବେ ରାହାନେ ଆଉଟ ହେବା ପରେ ଚେନ୍ନାଇ ଇନିଂସ ଦିଗହରା ହୋଇ ଯାଇଥିଲା। ଭୁଲ ବୁଝାମଣା କାରଣରୁ ରବୀନ୍ଦ୍ର ରନ୍‌ ଆଉଟ ହୋଇଥିବା ବେଳେ ଦୁବେ ୧୫ ବଲ୍‌ରୁ ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ରବୀନ୍ଦ୍ର ୩୭ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ୪୨* ଓ ମହେନ୍ଦ୍ର ସିଂ ଧୋନୀ ୨୫ ରନ୍‌ କରିଥିଲେ ମଧ୍ୟ ଚେନ୍ନାଇକୁ ପ୍ଲେ ଅଫ୍‌କୁ ନେଇ ପାରି ନ ଥିଲେ। ଜାଡେଜା ୨୨ ବଲ୍‌ ଖେଳି ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ତିମ ଓଭରରେ ପ୍ଲେ ଅଫ୍‌ ପ୍ରବେଶ ପାଇଁ ୧୭ ରନ୍‌ ଆବଶ୍ୟକ ଥିଲା। ଧୋନୀ ପ୍ରଥମ ବଲ୍‌ରେ ଛକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଶାର୍ଦ୍ଦୂଳ ଠାକୁର କୌଣସି ରନ୍‌ ନେଇ ପାରି ନ ଥିଲେ। ଚତୁର୍ଥ ବଲ୍‌ରୁ ୧ ରନ୍‌ ଆସିଥିବା ବେଳେ ଅନ୍ତିମ ୨ ବଲ୍‌ ଡଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri