କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ହଷ୍ଟେଲରେ ଉତ୍ତ୍ୟକ୍ତ ଲୋକେ ପ୍ରବେଶ କରି ଆକ୍ରମଣ କରିବାରୁ କେତେଜଣ ପାକିସ୍ତାନୀ ଛାତ୍ର ଆହତ ହୋଇଛନ୍ତି।

ଭାରତୀୟ ଛାତ୍ରୀଛାତ୍ରଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି। ସ୍ଥିତି ଶାନ୍ତ ଥିଲେ ମଧ୍ୟ ବର୍ତ୍ତମାନ ପାଇଁ ଛାତ୍ରୀଛାତ୍ରମାନେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ସହ ଛାତ୍ରୀଛାତ୍ର ନିୟମିତ ଯୋଗାଯୋଗରେ ରହିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପରାମର୍ଶ ଦେଇଛନ୍ତି।

କିର୍‌ଗିଜସ୍ତାନରେ ପ୍ରାୟ ୧୪,୫୦୦ ଭାରତୀୟ ଛାତ୍ରୀଛାତ୍ର ରହିଛନ୍ତି। ସେଠାରେ ଡାକ୍ତରୀ ପାଠପଢ଼ା କମ୍‌ ଖର୍ଚ୍ଚରେ ହୋଇପାରୁ ଥିବାରୁୂ ମେଡିକାଲ ଛାତ୍ରୀଛାତ୍ର ସେଠାରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଦୁଇଦିନ ହେଲା ସେଠାର ଉତ୍ତ୍ୟକ୍ତ ଲୋକେ ଭାରତ, ବାଂଲାଦେଶ ଓ ପାକିସ୍ତାନର ଛାତ୍ରମାନେ ରହୁଥିବା ହଷ୍ଟେଲକୁ ଟାର୍ଗେଟ କରିଛନ୍ତି। ଏହି ହିଂସାରେ ୩ ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସରକାରୀ ଭାବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ଦିଲ୍ଲୀ ଏବଂ ଇସ୍‌ଲାମାବାଦ ପକ୍ଷରୁ କିର୍‌ଗିସ୍ତାନରେ ରହୁଥିବା ସେମାନଙ୍କ ନାଗରିକମାନଙ୍କୁ ଆଡଭାଇଜରି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri