ବିଶୋଧନ ହେଉନି ବିସର୍ଜନ ଘାଟ

ରାଉରକେଲା,୧୪।୧୧(ବିପ୍ଳବ ରଞ୍ଜନ ଦାଶ): ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଆରଏମସି ପକ୍ଷରୁ ରାଉରକେଲା ବାଲୁଘାଟରେ ମୂର୍ତ୍ତି ବିସର୍ଜନ ଘାଟ ଇତିମଧ୍ୟରେ ନିର୍ମାଣ କରାଯାଇଛି। ଏଠାରେ ଗତ ଦଶହରା ସମୟରେ ସହରର ବିଭିନ୍ନ ମଣ୍ଡପରେ ପୂଜିତ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିଲା। ତେବେ ଉକ୍ତ ଘାଟକୁ ବିଶୋଧନ କରାଯାଇ ନ ଥିବାରୁ ଏବେ କାଳୀଙ୍କ ମୂର୍ତ୍ତି ବିସର୍ଜନ ନେଇ ସମସ୍ୟା ଉପୁଜିଛି।
ସୂଚନା ଅନୁସାରେ, ପ୍ରତିବର୍ଷ ପାର୍ବଣ ସମୟରେ ବ୍ରାହ୍ମଣୀ ନଦୀ ଜଳରେ ମୂର୍ତ୍ତି ବିସର୍ଜନ ଯୋଗୁ ପ୍ରଦୂଷଣ ହେଉଥିଲା। ଏହାର ପ୍ରତିକାର ପାଇଁ ୧କୋଟି ୬୯ଲକ୍ଷ ଟଙ୍କା ବ୍ୟୟରେ ବାଲୁଘାଟରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଗଲା। ଗତ ଅଗଷ୍ଟ ମାସରେ ଏହି କାର୍ଯ୍ୟ ଶେଷ ହେବା ପରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା ଏବଂ ଦଶହରା ସମୟରେ ବିସର୍ଜନ ଘାଟରେ ମୂର୍ତ୍ତି ବିସର୍ଜନ କରାଗଲା। ତେବେ ଏଯାଏ ବିସର୍ଜନ ଘାଟକୁ ବିଶୋଧନ କରାଯାଇ ନ ଥିବାରୁ ତାହା ପ୍ରଦୂଷିତ ଓ ଅପରିସ୍କାର ହୋଇପଡିଛି। ଏଥିଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଦୁର୍ଗନ୍ଧ ସହ ବ୍ୟାପକ ପ୍ରଦୂଷଣ ମଧ୍ୟ ହେଉଛି। ସେହିପରି ସହରରେ ଚଳିତବର୍ଷ କାଳୀପୂଜା ପରେ ମୂର୍ତ୍ତି ବିସର୍ଜନ କରାଯିବ। ବାଲୁଘାଟ ଜଳ ବିଶୋଧନ ହୋଇ ନ ଥିବାରୁ ସେଠାରେ କିଭଳି ମୂର୍ତ୍ତି ବିସର୍ଜନ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି, କୋଟି କୋଟି ଟଙ୍କା ବ୍ୟୟରେ ବିସର୍ଜନ ଘାଟ ତିଆରି ହେଲା। ମାତ୍ର ଘାଟରେ ଜଳ ବିଶୋଧନ ହେଉନାହିଁ। ଫଳରେ ସେଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତୁରନ୍ତ ବିସର୍ଜନ ଘାଟ ଜଳକୁ ବିଶୋଧନ କରିବାକୁ ସେ ଦାବି କରିଛନ୍ତି। ସେହିପରି ଏ ବିଷୟରେ ଆର୍‌ଏମ୍‌ସି ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ବିସର୍ଜନ ଘାଟ ସଫେଇ ପାଇଁ ଦାବି କରାଯିବ। ନଚେତ ଆଗକୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଭାଜପା ମୁଖପାତ୍ର ଧୀରେନ ସେନାପତି କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ରକାନ୍ତ ଧଳଙ୍କୁ ପଚାରିବାରୁ କାଳୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ ପରେ ବିସର୍ଜନ ଘାଟ ବିଶୋଧନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri