ଛଟ୍‌ ପାଇଁ ସଜେଇ ହେଉଛି ରାଉରକେଲା

ରାଉରକେଲା,୧୮।୧୧(ସଙ୍ଗୀତା ଜେନା): ଛଟ୍‌ ପର୍ବ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ବ ୪ଦିନ ବ୍ୟାପୀ ପାଳନ କରାଯିବ। ଏ ନେଇ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମହାନଗର ନିଗମ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଙ୍ଗଠନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଏହି ପର୍ବ ପାଇଁ କୋଏଲ ନଦୀ ଓ ବିଭିନ୍ନ ଜଳାଶୟରେ ବ୍ୟାପକ ଆୟୋଜନ କରାଯାଉଛି।

ସ୍ମାର୍ଟସିଟି ଓ ଆଖପାଖ ରେଳବାଇ କଲୋନୀ, ହୋଟେଲ ସନ୍ତୋଷ ଘାଟ, ହାଡ଼ପକା ଘାଟ, ପାଢ଼ୀ ଘାଟ ପାନପୋଷ, ବାଲୁଘାଟ, ରୂପଟୋଲା, ହନୁମାନଘାଟ, ଝିରପାଣି ଘାଟ, ବନ୍ଧମୁଣ୍ଡା ବି ସେକ୍ଟର ଘାଟ, ତିଲକାନଗର ଘାଟ, କୋଏଲାଗେଟ୍‌ ଘାଟ, ଜିତେନ୍ଦ୍ର ମଣ୍ଡଳ ଘାଟ, ତରକେରା ପମ୍ପହାଉସ୍‌ ଘାଟ, ବଡକାନୀ ଘାଟ, ସେକ୍ଟର-୧୬ ଘାଟରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ସେକ୍ଟର-୧୬ କୋଏଲ ନଦୀ ଘାଟରେ ଇସ୍ପାତ କଲେଜଠାରୁ ଆରମ୍ଭ କରି ନଦୀ ଘାଟ ପର୍ଯ୍ୟନ୍ତ ସଡ଼କ ନିର୍ମାଣ, ମରାମତି, ଆଲୋକ ବ୍ୟବସ୍ଥା, ସଫେଇ, ଗହଳିକୁ ଦୃଷ୍ଟିରେ ରଖି ଏକାଧିକ ରାସ୍ତା ନିର୍ମାଣ, ନଦୀକୂଳରେ ବ୍ରତୀଙ୍କ ପାଇଁ ଅସ୍ଥାୟୀ ଚେଞ୍ଜିଂ ରୁମ୍‌, ନିୟନ୍ତ୍ରଣ କକ୍ଷ ଆଦି ନିର୍ମାଣ କରାଯାଇଛି। ସେହିପରି ଆର୍‌ଏମ୍‌ସି ପକ୍ଷରୁ ବନ୍ଧମୁଣ୍ଡା ଓ ଅନ୍ୟାନ୍ୟ ଘାଟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି। ଝିରପାଣି ସ୍ଥିତ ଆଦିତ୍ୟଘାଟରେ ହିନ୍ଦୁ ଜାଗରଣ ମଞ୍ଚ ନେତୃତ୍ୱରେ ପର୍ବ ଆୟୋଜନ କରାଯାଉଛି। ରାଉରକେଲାର ବିହାର ସାଂସ୍କୃତିକ ପରିଷଦ, ବିହାର ଯୁବା ମଞ୍ଚ ସମେତ ୨୦ରୁ ଊର୍ଦ୍ଧ୍ୱ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri