ରାଉରକେଲାରେ ମୁଖ୍ୟ ଶାସନ,ଫାଇଭ-ଟି ସଚିବ: ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ

ସୁନ୍ଦରଗଡ଼ ଅଫିସ,୧୮।୩: ସୁନ୍ଦରଗଡ଼ ଜିଲା ରାଉରକେଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଯାଇଛନ୍ତି। ସେମାନେ ସେଠାରେ ପହଞ୍ଚି ବିପିୟୁଟି ପରିସରରେ ନିର୍ମିତ ଦେଶର ସର୍ବବୃହତ ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ କରିଛନ୍ତି । ଷ୍ଟାଡିୟମ ବୁଲି ଦେଖିବା ସହ ଜାରି ରହିଥିବା କାମର ଅନୁଧ୍ୟାନ କରିଛନ୍ତି। ଏହା ସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲା ନିଖିଲ ପଓ୍ବନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ସହ ଛେଣ୍ଡ କଲେନୀ ଭିଏସଏସ ମାର୍କେଟରେ ନିର୍ମିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ ।ଏହାର ପରିଚାଳନା ଦାୟିତ୍ୱରେ ଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ।