ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୋରଡ଼ା,୨୫ା୮(ସ୍ମାରକ ମାଜୀ): ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଅଣ ରାଜନୈତିକ ସଂଗଠନ ଭଞ୍ଜସେନା l
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ ନିର୍ମାଣର ଅବଧିକୁ ବୃଦ୍ଧି,ହାତୀ ଉପଦ୍ରରେ ବାସଗୃହ ହରାଉଥିବା ପରିବାରକୁ ସ୍ବଳ୍ପ ଅର୍ଥ ପ୍ରଦାନ ବଦଳରେ ନୂତନ ଗୃହ ଯୋଗାଇବା, ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫ ମଧ୍ୟରେ ସହାୟତା ପ୍ରଦାନ, ଭତ୍ତା ହିତାଧିକାରୀଙ୍କ ଭତ୍ତା ରାଶିକୁ ୨ ହଜାର ଟଙ୍କା ବୃଦ୍ଧି, ରାସଗୋବିନ୍ଦପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଓ ସମସ୍ତ ଜରୁରୀକାଳିନ ସୁବିଧା ଉପଲବ୍ଧ, ଅମର୍ଦା ଏୟାରଷ୍ଟ୍ରିପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଇବା, ଦେବଶୋଳ ଶୈବପୀଠର ଉନ୍ନତିକରଣ, ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ଦ୍ୱାରା ଅତିଶୀଘ୍ର ଚାଷଜମିକୁ ପାଣି ଯୋଗାଇବା, ପଞ୍ଚାୟତସ୍ତରରେ ଥିବା ଗୋଚର, ସରକାରୀ,ପତିତ,ଦେବଦତ୍ତ ଜମି ବିବାଦର ସମାଧାନ, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିଦ୍ୟୁତ୍‌ ଶୁଳ୍କକୁ ହ୍ରାସ ଦାବିରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ରାଉତଙ୍କ ନେତୃତ୍ୱରେ ଶତାଧିକ ଭଞ୍ଜସେନା କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ କାର୍ଯ୍ୟାଳୟ ଆଗରେ ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ଉକ୍ତ ଘେରାଉ ଓ ଧାରଣା କାର୍ଯ୍ୟକ୍ରମରେ ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ବ୍ଲକ ସଭାପତି ପଦ୍ମଲୋଚନ ଦାସ, ମୋରଡା ବ୍ଲକ ସଭାପତି ପରିତୋଷ ବାରିକ, ମୋରଡ଼ା ବ୍ଲକ ଆଦିବାସୀ ଶାଖା ସଭାପତି ରାମକୁଣ୍ଡିଆ ମୁର୍ମୁ, ଆଦର୍ଶ ମାଝି, ପିଲୁ ମହାନ୍ତ, ଲୋକନାଥ ବେହେରା ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ।