Categories: ଫୁରସତ

ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା

ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ କିଛି ନା କିଛି ପରମ୍ପରା ରହିଛି। ଆମ ଦେଶ ଭାରତରେ ମଧ୍ୟ ଏପରି କିଛି ରୀତିନୀତି ରହିଛି। ଆମ ଦେଶରେ ସାଧାରଣତଃ ବିବାହ ସମୟରେ ହଳଦୀ ଉତ୍ସବ ପାଳନ କରାଯାଇଥାଏ। କାରଣ ହଳଦୀକୁ ବହୁତ ଶୁଭ ମନାଯାଏ। ତେଣୁ ବିବାହ ପୂର୍ବରୁ ବରକନ୍ୟାଙ୍କୁ ହଳଦୀ ଲଗାଯାଇଥାଏ। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠି ବରକନ୍ୟାଙ୍କ ଉପରେ ପଚା ମାଛ, ପଚା ଅଣ୍ଡା, ପଚା ଟମାଟର, ଚକୋଲେଟ୍‌ ସିରପ୍‌, କ୍ଷୀର ଅଟା ଆଦି ଫିଙ୍ଗା ଯାଇଥାଏ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ।

ସେପରି ଏକ ଦେଶ ହେଉଛି ସ୍କଟ୍‌ଲାଣ୍ଡ୍‌। ଏଠାରେ ବରକନ୍ୟାଙ୍କୁ ପ୍ରଥମେ ଏକ ଗଛରେ ବାନ୍ଧି ଦିଆଯାଏ। ପରେ ସେମାନଙ୍କ ଉପରକୁ ପଚା ଟମାଟର, ପଚା ମାଛ ଫିଙ୍ଗାଯାଏ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଲୋକଙ୍କ କହିବା ଅନୁଯାୟୀ, ଏମିତି କରିବା ଦ୍ୱାରା ବରକନ୍ୟାଙ୍କ ଉପରୁ ଖରାପ ଶକ୍ତି ସବୁ ଦୂରେଇ ଯାଇଥାନ୍ତି। ଆଉ ବିବାହ ପୂର୍ବରୁ ସବୁ କଥାକୁ ସାମ୍ନା କରିବା ଏଥିରୁ ଶିଖିବାକୁ ମିଳେ। ଜୀବନରେ ଆସିବାକୁ ଥିବା ଝଡ଼ଝଞ୍ଜାକୁ ସହିବା ପାଇଁ ଏହା ପ୍ରେରଣା ଯୋଗାଏ। ଖାଲି ସ୍କଟ୍‌ଲାଣ୍ଡ୍‌ ନୁହେଁ ଏପରି ପରମ୍ପରା ଆଉ କିଛି ଦେଶରେ ମଧ୍ୟ ରହିଛି।

Share