ରୋଟାଭାଇରସ୍‌ ଇନ୍‌ଫେକ୍‌ଶନ ଓ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ପୁଣି ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବେଶି ଯେ ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଇଥାଏ। ତେବେ ଡାଇବେଟିସ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା: ଟାଇପ୍‌-୧ ଡାଇବେଟିସ୍‌ ଏବଂ ଟାଇପ-୨ ଡାଇବେଟିସ୍‌। ଏକ ସର୍ଭେରୁ ଜଣାପଡ଼ିଛି ଯେ, ରୋଟୋଭାଇରସ ଇନ୍‌ଫେକଶନ ଯୋଗୁ ଟାଇପ-୧ ଡାଇବେଟିସ୍‌ ଆଶଙ୍କା ଅଧିକ ରହିଛି। ଏଭଳି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ବିଶେଷଭାବରେ ରୋଟୋଭାଇରସ ଇନ୍‌ଫେକଶନ ଥିବା ବ୍ୟକ୍ତିଙ୍କଠାରେ ଟାଇପ-୧ ଡାଇବେଟିସର ଲକ୍ଷଣ ଅଧିକ ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହେଲେ ଏହି ରୋଗୀଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ଟିକା ରହିଛି, ଯାହାକୁ ନେଇଥିଲେ ଏଭଳି ଆଶଙ୍କା କେତେକାଂଶରେ କମ୍‌ ରହିଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।