ରୋଜି ଡିଲାଇଟ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌- ୫ଟି (ସ୍ଲାଇସ୍‌ ବ୍ରେଡ୍‌), ୫ ଚାମଚ ରୋଜ୍‌ ସିରପ୍‌, ୧/୪ କପ୍‌ ନଡିଆ କୋରା, ୨ ଚାମଚ ଠଣ୍ଡାଇ ପାଉଡର, ୨୫୦ଗ୍ରାମ୍‌ ଖୁଆ, ଆବଶ୍ୟକ ଅନୁସାରେ ଟୁଟିଫୁଟି, ଡ୍ରାଏ ଫ୍ରୁଟ୍ସ, ଚକୋ ଚିପ୍ସ।
ପ୍ରସ୍ତୁତି ପ୍ରଣାଳୀ: କୁକି କଟରରେ ବ୍ରେଡ୍‌କୁ ଗୋଲ ଗୋଲ କାଟି ଦିଅନ୍ତୁ। ଏକ ପାତ୍ରରେ ଖୁଆ ଏବଂ ଠଣ୍ଡାଇ ପାଉଡର ନେଇ ଅଳ୍ପ ପାଣି ପକାଇ ଭଲ ଭାବେ ଚକଟନ୍ତୁ। ଏହାକୁ ହାତରେ ଗୋଲ ଗୋଲ କରି ପୂର୍ବରୁ କଟା ହୋଇଥିବା ବ୍ରେଡ୍‌ ଉପରେ ରଖନ୍ତୁ। ଏହା ଉପରେ ଡ୍ରାଏ ଫ୍ରୁଟ୍‌ସ, ଚକୋ ଚିପ୍ସ, ଟୁଟିଫୁଟି ରଖନ୍ତୁ। ଏହା ଉପରେ କଟା ହୋଇଥିବା ଆଉ ଗୋଟିଏ ସ୍ଲାଇସ୍‌ ରଖି ଦିଅନ୍ତୁ। ଏହା ଉପରେ ନଡିଆ କୋରା ଲଗାଇ ଫ୍ରିଜ୍‌ରେ ରଖିଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ରୋଜି ଡିଲାଇଟ୍‌ସ। ଏହାକୁ ଫ୍ରଜ୍‌ରୁ କାଢି ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆବାର ଆନନ୍ଦ ନିଅନ୍ତୁ।