ମୁମ୍ବାଇ, ୧୪।୩: ଭାରତରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ରୋଶନୀ ନାଦର ମାଲହୋତ୍ରାଙ୍କର ନାମ ଯୋଡ଼ି ହୋଇଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ବିଲୟନେୟାର ବ୍ୟବସାୟୀ ଗୌତମ ଆଦାନୀଙ୍କ ପରେ ସେ ଭାରତର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଗତ ୬ରେ ରୋଶନୀଙ୍କ ବାପା ତଥା ଏଚ୍ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ନିଜର ଭାମା ସୁନ୍ଦରୀ ଇନଭେଷ୍ଟମେଣ୍ଟସ୍ (ଦିଲ୍ଲୀ) ପ୍ରାଇଭେଟ ଲିମିଟେଡ୍ ଏବଂ ଏଚ୍ସିଏଲ୍ କର୍ପୋରେଶନ ପ୍ରାଇଭେଟ ଲିମିଟେଡ୍ର ୪୭% ଅଂଶଧନ ରୋଶନୀଙ୍କୁ ଟ୍ରାନ୍ସଫର କରିବା ପରେ ସେ କପୋରେଟ ଜଗତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେବା ସହ ଦେଶର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।


