Categories: ଖେଳ

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ଇଂଲଣ୍ଡ ଓପନର୍‌ ରୋରି ବର୍ନସ୍‌ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିବା ପୂର୍ବରୁ କହିଛନ୍ତି, ହୁଏତ ଆୟୋଜକମାନେ ଏଥର ଭିନ୍ନ ପିଚ୍‌ ପ୍ରସ୍ତୁତ କରିବେ। ଦଳରେ ଜସପ୍ରିତ ବୁମ୍‌ରାଙ୍କ ଭଳି ଭଲ ଦ୍ରୁତ ବୋଲର୍‌ ଅଛନ୍ତି। ତାଙ୍କୁ ଦୃଷ୍ଟିରେ ରଖି ମଇଦାନ ପ୍ରସ୍ତୁତ କରାଯାଇପାରିବ। ସିରିଜରେ ଦିବାରାତ୍ର ମ୍ୟାଚ୍‌ ଖେଳାଯିବାର ରହିଛି। ଏଣୁ ମଇଦାନ ଭିନ୍ନ ହୋଇପାରେ। ବୁମ୍‌ରାଙ୍କ ଭଳି ବୋଲର୍‌ଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବା ଇଂଲଣ୍ଡ ପାଇଁ ବଡ଼ ଆହ୍ବାନ ହେବ। କାରଣ ସେ ସବୁଠାରୁ ଅଲଗା ବୋଲିଂ କରନ୍ତି। ତାଙ୍କୁ ଧ୍ୟାନରେ ରଖି ଇଂଲଣ୍ଡ ଦଳ ପ୍ରସ୍ତୁତି ଚଳାଇଛି ବୋଲି ସେ କହିଛନ୍ତି।

Share