ନନ୍ଦନକାନନରେ ପୁଣି ଚାଲିବ ରୋପ୍‌ୱେ, ଟଏ ଟ୍ରେନ୍‌

ବାରଙ୍ଗ,୭।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଶହରା ଭେଟି ଦେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ। ନନ୍ଦନକାନନରେ ଥିବା ବହୁ ପ୍ରତୀକ୍ଷିତ ଟଏଟ୍ରେନ ଓ ଏରିଆଲ ରୋପ୍‌ୱେ ନୂଆ ରୂପ ନେଇ କାର୍ଯ୍ୟ କରିବ। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ୮ତାରିଖରେ ନନ୍ଦନକାନନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟଏଟ୍ରେନକୁ ପର୍ଯ୍ୟଟକମାନଙ୍କ ପାଇଁ ଉତ୍ସର୍ଗୀକୃତ କରିବାସହ ରୋପୱେର ଭୂମିପୂଜନ କରିବେ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ୨୦୧୧ରେ ବନ୍ଦ ରହିଥିବା ରୋପୱେକୁ କୋଲାକାତାର ଦାମୋଦର ରୋପୱେ କମ୍ପାନୀକୁ ଟେଣ୍ଡର ମିଳିଛି। କିନ୍ତୁ କୋଭିଡ୍‌ ପାଇଁ କାର୍ଯ୍ୟାରମ୍ଭ ହୋଇପାରି ନ ଥିଲା। ଏହି କମ୍ପାନୀ ନନ୍ଦନକାନନ ସହ ଏହାକୁ ଚଳାଇବା ପାଇଁ ୨୦ବର୍ଷିଆ ଚୁକ୍ତି କରିଥିବାବେଳେ ୧୩କୋଟି ଟଙ୍କା ବ୍ୟୟବରାଦରେ ୧୮ମାସ ମଧ୍ୟରେ କାର୍ଯ୍ୟ ସରିବ ବୋଲି ଜଣାପଡିଛି। ଏଥିରେ ୧୨ଟି କ୍ୟାବିନ ରହିଥିବାବେଳେ ପ୍ରତି କ୍ୟାବିନରେ ୪ଜଣ ବସିବାର କ୍ଷମତା ରହିଛି। ଏକକାଳୀନ ୪୮ଜଣ ପର୍ଯ୍ୟଟକ ବସି ବୁଲିପାରିବାର ସୁବିଧା ରହିଛି। ନିରବଚ୍ଛିନ୍ନ ବିିଦ୍ୟୁତ ସେବା ପାଇଁ ୩୦୦କେଭି ଜେନେରେଟର ବ୍ୟାକ୍‌ଅପ ସହ ଟିକେଟ ମୂଲ୍ୟ ୯୫ଟଙ୍କା ପରେ ଜିଏସ୍‌ଟି ଦେବାକୁ ପଡିବ। ରେଳଧାରଣା ଟ୍ରାକ ଉପରେ ପର୍ଯ୍ୟଟକମାନଙ୍କ ସୁଗମ ଯାତାୟାତ ପାଇଁ ଫୁଟଓଭର ବ୍ରିଜ ନିର୍ମାଣ ହେବ।
ସେହିଭଳି ଟ୍ରାକର ରକ୍ଷଣାବେକ୍ଷଣ ଓ ଖର୍ଚ୍ଚ ହେତୁ ୨୦୧୪ରୁ ବନ୍ଦ ରହିଥିବା ଟଏଟ୍ରେନ ମଧ୍ୟ ଖୁବଶୀଘ୍ର ଚାଲିବ। ଭାରତୀୟ ରେଳବାଇର ସୁପାରିସ ଅନୁଯାୟୀ ରାଇଟ୍ସ ସଂସ୍ଥା ଏହାର ବନୀକରଣ କାର୍ଯ୍ୟ ସରିଛି। ଇଞ୍ଜିନ, ବଗି, ଟ୍ରାକ, ଷ୍ଟେଶନ ନବୀକରଣ ବାବଦକୁ ୪୯୮.୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏକକାଳୀନ ୫ଟି ବଗିରେ ୭୨ଜଣଙ୍କୁ ନେବାର କ୍ଷମତା ରହିଛି। ବିଶ୍ରାମାଗାର, ଶୌଚାଳୟ, ପାନୀୟଜଳର ବ୍ୟବସ୍ଥା ସହ ପ୍ରଦୂଷଣ ରୋକିବା ପାଇଁ ବ୍ୟାଟେରିଚାଳିତ ଇଞ୍ଜିନର ବ୍ୟବସ୍ଥା ହୋଇଛି। ଟ୍ରାକ ଚାରିପଟେ ୧୨ହେକ୍ଟର ପରିମିତ ଜାଗାରେ ଆବଦ୍ଧ କରାଯାଇ ତୃଣଭୋଜି ପ୍ରାଣୀମାନଙ୍କୁ ଛଡାଯିବାର ବ୍ୟବସ୍ଥା ହୋଇଛି। ତେବେ ନନ୍ଦନକାନନ ଏହାକୁ ଘରୋଇକରଣକୁ ନ ଦେଇ ନିଜ ଅଧୀନରେ ରଖି ପ୍ରଚଳନ କରିବ ବୋଲି ଜଣାପଡିଛି। ଏହି ରାଜ୍ୟସ୍ତରୀୟ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅତିଥିଭାବେ ଯୋଗଦେବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri