Categories: ଜାତୀୟ

ରୋପ୍‌ଓ୍ବେରେ ୪୦ ମିନିଟ ଅଟକିଲେ ୨୮ ଭକ୍ତ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ସତ୍‌ନା ଜିଲାରେ ସୋମବାର ପ୍ରବଳ ବର୍ଷା ପବନ ଯୋଗୁ ରୋପ୍‌ଓ୍ବେ ଅଚଳ ହୋଇଯାଇଥିଲା। ଫଳରେ ମୈହର ପାହାଡ଼ ଉପରେ ଥିବା ମା’ ସାରଦା ଦେବୀ ମନ୍ଦିରକୁ ଯାଉଥିବା ୨୮ ଜଣ ଭକ୍ତ ୭ଟି ରୋପ୍‌ଓ୍ବେ ଟ୍ରଲିରେ ୪୦ ମିନିଟରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅଧା ବାଟରେ ଝୁଲି ରହିଥିଲେ। ପରେ ସେମାନଙ୍କୁ ନିରାପଦର ସହ ତଳକୁ ଅଣାଯାଇଛି। ଝଡ଼ତୋଫାନ ହେବ ବୋଲି ପାଣିପାଗ ବିଭାଗ କହିବା ସହ ରୋପ୍‌ଓ୍ବେ ବନ୍ଦ ରଖିବାକୁ ସତର୍କ କରିଥିବଲା। ଏହା ସତ୍ତ୍ୱେ ରୋପ୍‌ଓ୍ବେ ପରିଚାଳନା ସଂସ୍ଥା ସେବା ବନ୍ଦ କରି ନ ଥିଲେ। ଗତ ମାସରେ ଝାଡ଼ଖଣ୍ଡର ଦେଓଘରରେ ରୋପ୍‌ଓ୍ବେ ଦୁର୍ଘଟଣା ଯୋଗୁ ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ।

Share