Categories: ଖେଳ

ପାଚେରୀ ଭଳି ଛିଡ଼ା ହୋଇଛନ୍ତି ରୁଟ୍‌-ବେଆରଷ୍ଟୋ

ଲଡର୍‌ସ,୧୪।୮: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନ ଆରମ୍ଭରୁ ବଲ ଖୁବ ମୁଭମେଣ୍ଟ କରିଥିଲା, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍‌ କରିବା କଷ୍ଟକର ହୋଇଥିଲା। କିନ୍ତୁ ତୃତୀୟ ଦିନ ସେଭଳି କିଛି ଦେଖିବାକୁ ମିଳିନାହିଁ। ଭାରତୀୟ ବୋଲରଙ୍କ ସାମ୍ନାରେ ପାଚେରୀ ଭଳି ଖେଳୁଛନ୍ତି ଅଧିନାୟକ ଜୋ ରୁଟ୍‌ ଓ ଜନ୍ନି ବେଆରଷ୍ଟୋ। ତୃତୀୟ ଦିନର ପ୍ରଥମ ସେସନରେ ଭାରତୀୟ ବୋଲରଙ୍କୁ ଉଇକେଟ ନେବାର କୌଣସି ସୁଯୋଗ ଦେଇ ନାହାନ୍ତି ଦୁଇ ବ୍ୟାଟ୍ସମ୍ୟାନ। ପ୍ରଥମ ଇନିଂସରେ ଭାରତର ୩୬୪ ରନ୍‌ର ଜବାବରେ ୧୧୯/୩ରୁ ବ୍ୟାଟିଂ କରିଥିବା ଇଂଲଣ୍ଡ ତୃତୀୟ ଦିନ ଲଞ୍ଚ ସୁଦ୍ଧା ୨୧୬ ରନ୍‌ କରିଛି।

ଶତକ ଆଡ଼େ ଅଗ୍ରସର ହେଉଥିବା ରୁଟ୍‌ (୮୯) ଓ ବେଆରଷ୍ଟୋ (୫୧) ଅଭିଭାଜିତ ୪ର୍ଥ ଉଇକେଟ ଲାଗି ୧୦୮ ରନ୍‌ ଯୋଡ଼ିଛନ୍ତି। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପାଇଁ ବଳକା ୭ ଉଇକେଟରେ ୧୪୯ ରନ୍‌ ଦରକାର।

Share