କଟକ,୨୭ା୮: କଟକ ରେଲଓ୍ବେ ଷ୍ଟେଶନରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନାରୁ ଜଣାପଡ଼ିଛି।


