୧୮ ଜିଲାରେ ଘରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମନା: ଯିବାକୁ ପଡ଼ିବ ଆଇସୋଲେଶନ ସେଣ୍ଟର…

ମୁମ୍ବାଇ,୨୫।୫: ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ଘରେ ନ କରାଯିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ପଜିଟିଭ୍‌ ହେଲେ ଆକ୍ରାନ୍ତଙ୍କୁ ଆଇସୋଲେଶନ ସେଣ୍ଟର ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର କହିଛନ୍ତି। ରାଜ୍ୟର ୧୮ ଜିଲାରେ ଏହି ନିୟମ ଲାଗୁ କରାଯାଇଛି। କରୋନାର ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିବାବେଳେ ଏବେ ଦୈନିକ ନୂଆ ଆ୍ରକାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ରାଜ୍ୟରେ ଜୁନ୍‌ ୧ଠାରୁ ଅନ୍‌ଲକ୍‌ ପ୍ରକ୍ରିୟା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ଥିବା କୁହାଯାଉଛି।

Share