ସୌଦିକୁ ଫେରିଲା କରୋନା, ଭାରତ ସମେତ ୧୬ ଦେଶ ଯାତ୍ରା ଉପରେ କଟକଣା…

ଦୁବାଇ, ୨୩।୫ : ସୌଦି ଆରବକୁ ପୁଣି କରୋନା ଫେରିଛି। ଗତ କିଛି ସପ୍ତାହ ମଧ୍ୟରେ ସୌଦିରେ ଦୈନିକ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ସୃଷ୍ଟିରେ ରଖି  ସୌଦି ଆରବ ଏହାର ନାଗରିକମାନଙ୍କୁ ଭାରତ ସମେତ ୧୬ ଦେଶ ଯାତ୍ରା କରିବାକୁ ବାରଣ କରିଛି।

ଗଲ୍ଫ ନ୍ୟୁଜ ରିପୋର୍ଟ ଅନୁଯାୟୀ, ସୌଦି ଆରବ ନାଗରିକଙ୍କୁ ଭାରତ, ଲେବାନନ, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ ଅନ୍ତର୍ଭୁକ୍ତ , ବେଲା ରୁଷ, ଏବଂ ଭେନେଜୁଏଲା ଆଦି
ରହିଛି।

ସୌଦି ଆରବ ଘୋଷଣା କରିଛି ଯେ ଏହି ୧୬ ଟି ଦେଶ ବ୍ୟତୀତ, ସୌଦି ନାଗରିକମାନେ ଅଣ ଆରବ ଦେଶକୁ ଯାତ୍ରା କରିବାକୁ ଇଚ୍ଛା କରନ୍ତି, ତେବେ ସେମାନଙ୍କ ପାଖରେ ଛଅ ମାସରୁ ଅଧିକ ସମୟ ପାଇଁ ଏକ ପାସପୋର୍ଟ ରହିବା ଆବଶ୍ୟକ। ଏହାସହ ଏଥିରେ ଦର୍ଶାଯାଇଛି ଯେ ସୌଦି ଗେଜେଟ ଅନୁଯାୟୀ ଆରବ ଦେଶ ଗସ୍ତ ପାଇଁ ପାସପୋର୍ଟର ବୈଧତା ଅତି କମରେ ତିନିମାସ ହେବା ଉଚିତ।

ଏହାସହ ଘୋଷଣା କରାଯାଇଛି ଯେ ଅନ୍ୟ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶକୁ ଯାତ୍ରା କରୁଥିବା ନାଗରିକଙ୍କ ପାଖରେ ଏକ ଜାତୀୟ ପରିଚୟ ପତ୍ର ରହିବା ଆବଶ୍ୟକ ଯାହା ଅତି କମରେ ତିନିମାସ ପାଇଁ ବୈଧତା ରହିଥିବ। ଭ୍ରମଣ ପାଇଁ ମୂଳ ପରିଚୟ ପତ୍ର ଏବଂ ପରିବାର ରେଜିଷ୍ଟ୍ରି ବାଧ୍ୟତାମୂଳକ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମଙ୍କିପକ୍ସର ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ। ପ୍ରତିଷେଧକ ସ୍ବାସ୍ଥ୍ୟ ବିଭାଗର ଡେପୁଟି ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି ଯେ କୌଣସି ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ, ମଣିଷମାନଙ୍କ ମଧ୍ୟରେ ସଂକ୍ରମଣର ମାମଲା ବହୁତ ସୀମିତ ରହିଆସିଛି, ତେଣୁ ଯେଉଁ ଦେଶରେ ମାମଲା ରୁଜୁ ହୋଇଛି, ସେହିଠାରେ ମଧ୍ୟ ଅଧିକ ସଂକ୍ରମଣର ସମ୍ଭାବନା ବହୁତ କମ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୧୧ ଟି ଦେଶରେ ମଙ୍କିପକ୍ସ୍‌ ୯୨ ଟି ମାମଲା ନିଶ୍ଚିତ କରାଯାଇଛି।

Share