Posted inଫୁରସତ

ରୋମାଣ୍ଟିକ୍‌ ପ୍ଲାଣ୍ଟ

ପ୍ରେମର ଦିବସରେ ମନର ମଣିଷକୁ ଉପହାର ଦେବାକୁ ସମସ୍ତେ ଚାହାନ୍ତି । ଆଉ ସେହି ଉପହାର ଖାସ୍‌ ହେଉ ତାହା ବି ସମସ୍ତେ ଚାହାନ୍ତି । ସେଥିପାଇଁ ତ ଅନେକ ଟଙ୍କା ଖର୍ଚ୍ଚ କରି କିଣାଯାଏ ଦାମୀଦାମୀ ଉପହାର। ହେଲେ ବେଳେବେଳେ ସେହି ଉପହାର ଜିଣି ପାରି ନ ଥାଏ ମନ। କିନ୍ତୁ ଏଥର ଦାମୀ ନିର୍ଜୀବ ଉପହାର ବଦଳରେ ଦିଅନ୍ତୁ ଏହିସବୁ ସଜୀବ ପ୍ରେମଭରା ରୋମାଣ୍ଟିକ୍‌ ପ୍ଲାଣ୍ଟ। ଦେଖିବେ ପ୍ଲାଣ୍ଟ ବଢ଼ିବା ସହ ଆପଣଙ୍କ ପ୍ରେମ ବି ବଢ଼ି ଚାଲିବ..

ବ୍ଲିଡିଂ ହାର୍ଟ- ଏହାର ଫୁଲ ଗୋଲାପୀ ରଙ୍ଗର, ସେ ପୁଣି ହାର୍ଟ ଶେପ୍‌ର। ଖାଲି ସେତିକି ନୁହେଁ ଏହି ଫୁଲ ଦେଖିବାକୁ ବ୍ଲିଡିଂ ହାର୍ଟ ବା ହୃଦୟରୁ ରକ୍ତ ବୋହିଲା ପରି। ତେଣୁ ଏହାକୁ ସବୁଠାରୁ ରୋମାଣ୍ଟିକ ପ୍ଲାଣ୍ଟ ଭାବେ ଗଣନା କରାଯାଏ। ବସନ୍ତ ଋତୁରେ ଫୁଟୁଥିବା ଏହି ଫୁଲ, ଗଛର ଶାଖାରେ ଲମ୍ବା ଲାଇନ୍‌ ହୋଇ ଫୁଟିଥାଏ। ଆଉ ବେଶ୍‌ ସୁନ୍ଦର ଦେଖାଯାଏ। ଏହା ଗୋଲାପୀ ଓ ଧଳା ମିଶ୍ରିତ ରଙ୍ଗରେ ଫୁଟିଥାଏ। କେତେକ ଗଛରେ କେବଳ ଧଳା ରଙ୍ଗର ଫୁଲ ବି ଫୁଟିଥାଏ। ଏହି ଗଛର ବେଶ୍‌ ଯତ୍ନ ନେବାକୁ ହୁଏ। ନିୟମିତ ପାଣି ଦେବା ସହ ଛାଇ ସ୍ଥାନରେ ରଖିବାକୁ ପଡେ।

ହଟ୍‌ ଲିପ୍ସ- ଓଠରେ ଲାଲ୍‌ ଲିପ୍‌୍‌ଷ୍ଟିକ କେତେ ରୋମାଣ୍ଟିକ୍‌ ଲାଗେ ଭାବିଲେ! ପ୍ରେମିକକୁ ତ ସବୁବେଳେ ପ୍ରେମିକାର ଲାଲ୍‌ ଓଠ ଆକର୍ଷିତ କରିଥାଏ। ତେଣୁ ‘ଭାଲେଣ୍ଟାଇନ୍ସ ଡେ’ରେ ଲାଲ୍‌ ଓଠ ପରି ଦେଖାଯାଉଥିବା ଏହି ପ୍ଲାଣ୍ଟ ଉପହାରସ୍ବରୂପ ଦେଲେ ବେଶ୍‌ ରୋମାଣ୍ଟିକ ଲାଗିବ। ଏହାର ବଟାନିକାଲ୍‌ ନେମ୍‌ ହେଉଛି ପାଲିକୌରିଆ ଇଲାଟା, କିନ୍ତୁ ଏହାର ପତ୍ର ଲାଲ୍‌ ଲିପଷ୍ଟିକ୍‌ ଲଗା ଓଠ ପରି ଦେଖାଯାଉଥିବାରୁ ଏହାକୁ ‘ହଟ୍‌ ଲିପ୍ସ ପ୍ଲାଣ୍ଟ’ ବି କୁହାଯାଏ। ଲାଲ୍‌ ରଙ୍ଗର ଦୁଇ ପତ୍ର ମଝି ଭାଗରେ ଫୁଟିଥାଏ ଏହାର ଫୁଲ।

ହୋୟା କେରୀ- ଏହି ପ୍ଲାଣ୍ଟର ପତ୍ର ପୂରାପୂରି ହାର୍ଟ ଶେପ୍‌୍‌ର ଅଟେ, ସେଥିପାଇଁ ଏହାକୁ ‘ସୁଇଟ୍‌ ହାର୍ଟ’ ପ୍ଲାଣ୍ଟ ବି କୁହାଯାଏ। ବଜାରରେ ଏହାର ମାତ୍ର ଗୋଟିଏ ମୋଟା ପତ୍ରକୁ ମାଟିରେ ପୋତି ବିକ୍ରି କରାଯାଇଥାଏ। ଏହାର ଯତ୍ନ ନେବା ବି ସହଜ। ପାଣି କମ୍‌ ଦେବାକୁ ପଡ଼େ। ଏହାକୁ ଅନେକେ ‘ଲକି ହାର୍ଟ’ ପ୍ଲାଣ୍ଟ ମଧ୍ୟ କହନ୍ତି। ୟୁରୋପରେ ତ ‘ଭାଲେଣ୍ଟାଇନ୍ସ ଡେ’ରେ ଏହି ପ୍ଲାଣ୍ଟର ବହୁଳ ଚାହିଦା ଥାଏ। ତେଣୁ ଆପଣ ଚାହିଁଲେ ଏହାକୁ ମନର ମଣିଷକୁ ଉପହାରସ୍ବରୂପ ଦେଇପାରିବେ। ଦେଖିବେ ସେ ନିଶ୍ଚୟ ଖୁସି ହୋଇଯିବେ।

ହାର୍ଟସ୍‌ ଅନ୍‌ ଏ ଷ୍ଟ୍ରିଙ୍ଗ- ଏହି ପ୍ଲାଣ୍ଟର ପତ୍ରଗୁଡ଼ିକ ମଧ୍ୟ ହାର୍ଟ ଆକୃତିର। ଲତା ଭଳି ମାଡୁଥିବା ଏହି ପ୍ଳାଣ୍ଟର ପତ୍ରଗୁଡ଼ିକୁ ଦେଖିଲେ ଲାଗେ ସତେଯେମିତି ହାର୍ଟର ଅନେକ ମାଳା ଝୁଲି ରହିଛି। ଘରଭିତରେ ଏହାକୁ ଲଗାଇବାକୁ ଚାହୁଁଥିଲେ ଏହାକୁ ପ୍ରଚୁର ଖରା ଆସୁଥିବା ଝରକା ପାଖରେ ରଖନ୍ତୁ।

ଅନ୍ଥୁରିୟମ୍‌- ଏହି ଗଛର ପତ୍ର ହାର୍ଟ ଶେପ୍‌ର ହେବା ସହ ଫୁଲ ବି ହାର୍ଟଶେପ୍‌ର। ଲାଲ, ବାଇଗଣୀ, ଧଳା, ଗୋଲାପୀ ରଙ୍ଗର ଫୁଲ ଫୁଟୁଥିବା ଅନ୍ଥୁରିୟମ୍‌ ପ୍ଲାଣ୍ଟ ବଜାରରେ ଉପଲବ୍ଧ ହୁଏ। ତେବେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆପଣ ଲାଲ୍‌ ଫୁଲ ଫୁଟୁଥିବା ଅନ୍ଥୁରିୟମ୍‌ ବାଛିପାରିବେ।

ଗୋଲାପ- ରୋମାଣ୍ଟିକ୍‌ ପ୍ଲାଣ୍ଟ ଭିତରେ ଗୋଲାପର ସ୍ଥାନ ଅନ୍ୟତମ। ଏହା ଯେତିକି ସୁନ୍ଦର ସେତିକି ସୁଗନ୍ଧ ଭରା। ଲାଲ ରଙ୍ଗର ଗୋଲାପକୁ ତ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ଭାଲେଣ୍ଟାଇନ୍ସ ଡେ’ରେ ଗୋଲାପ ଗଛଟିଏ ବି ଉପହାରସ୍ବରୂପ ଦେଇପାରିବେ।

ଡୋଭ୍‌ ଅର୍କିଡ- ଧଳା ରଙ୍ଗର କପୋତ ବା ଡୋଭ୍‌ ପକ୍ଷୀକୁ ପ୍ରେମର ପ୍ରତୀକ ଭାବେ ଗଣନା କରାଯାଏ। ତେଣୁ ‘ଡୋଭ୍‌ ଅର୍କିଡ୍‌’ ପ୍ଲାଣ୍ଟକୁ ବି ଆପଣ ଭାଲେଣ୍ଟାନ୍ସ ଡେ’ ପାଇଁ ବାଛିପାରିବେ। ଏହି ପ୍ଲାଣ୍ଟରେ ଫୁଟୁଥିବା ଫୁଲଟି ସତସତିକା କପୋତ ପରି ଦେଖାଯାଏ। ଲାଗେ ସତେ ଯେମିତି କୁନି ହଳଦିଆ ରଙ୍ଗର ଥଣ୍ଟ ଥିବା କପୋତଟିଏ ତା’ର ଧଳା ଡେଣାକୁ ମେଲାଇ ଉଡ଼ିବାକୁ ଉଦ୍ୟତ ହେଉଛି । ଏହି ଫୁଲ ଅର୍କିଡ ପ୍ରଜାତିର ଅଟେ। ମଧ୍ୟ ଆମେରିକାରୁ ଆରମ୍ଭ କରି ଭେନେଜୁଏଲା ଏବଂ ଇକ୍ୱେଡର ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳେ।

ହାର୍ଟ ଫର୍ନସ୍‌- ଏହି ପ୍ଲାଣ୍ଟର ପତ୍ର ହାର୍ଟ ଶେପ୍‌ର ଅଟେ। ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ସବୁଜ ଓ ସତେଜ ରହେ। ହାର୍ଟ ଫର୍ନସ୍‌ ଏକ ଭଲ ଇନ୍‌ଡୋର୍‌ ପ୍ଲାଣ୍ଟ । ତେଣୁ ଏହାକୁ ମଧ୍ୟ ଭାଲେଣ୍ଟାଇନ୍ସ ଡେ’ରେ ଉପହାର ଭାବେ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri