ଗଡ଼ିଲା ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍‌

ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍‌ (ଓ୍ବାଗନ) ଓଡ଼ିଶାରୁ ଗଡ଼ିିଛି। ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳଷ୍ଟେଶନର ୬ନମ୍ବର ପ୍ଲାଟଫର୍ମଠାରେ ଏହି ରେଳ ରେକ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଟ୍ରେନ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି। ଭାରତୀୟ ରେଳ କ୍ଷେତ୍ରରେ ଏହି ଆଲୁମିନିୟମ୍‌ ରେଳ ରେକ୍‌ ଏକ ଉଦ୍ଭାବନ। ତେବେ ଓଡ଼ିଶାରୁ ଏହାର ଶୁଭାରମ୍ଭ ହୋଇଥିବାରୁ ସବୁଠାରୁ ବେଶି ଖୁସି ଲାଗୁଛି ବୋଲି ମନ୍ତ୍ରୀ କହିଛନ୍ତି। ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପଣ୍ୟବାହୀ ଟ୍ରେନ୍‌ ରେକ୍‌କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଦ୍ୱାରା ଭାରତୀୟ ରେଳପଥ ପାଇଁ କାର୍ବନ ଫୁଟ୍‌ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ। ଆଲୁମିନିୟମ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍‌ ଏହାର ଜୀବନକାଳ ମଧ୍ୟରେ ୧୪,୫୦୦ ଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ଅଧିକ ସଞ୍ଚୟ କରିପାରିବ। ଏହା ହାଲୁକା, କମ୍‌ ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ। ହାଲୁକା ୱାଗନ ହୋଇଥିବାରୁ ଏଥିରେ କମ୍‌ ଶକ୍ତି ଖର୍ଚ୍ଚ ହେବ। ଆଲୁମିନିୟମ ୱାଗନ ପଣ୍ୟ ବୋଝେଇ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ମାଲବାହୀ ଟ୍ରେନ୍‌ ରେକ ହିଣ୍ଡାଲ୍‌କୋ ଦ୍ୱାରା ବିକଶିତ କରାଯାଇଛି। ଏବେ ପ୍ରଚଳିତ ଇସ୍ପାତ ରେକ୍‌ ଅପେକ୍ଷା ଏହା ଅଧିକ ଚମକପ୍ରଦ, ୧୮୦ ଟନ୍‌ ହାଲୁକା ଏବଂ ୫-୧୦% ଅଧିକ ପରିମାଣର ମାଲ ପରିବହନ କରିପାରିବ। ଶକ୍ତି ସଞ୍ଚୟ କରିବା ସହିତ ଷ୍ଟକ୍‌ ଏବଂ ରେଲ୍‌କୁ ଅପେକ୍ଷାକୃତ ସୁରକ୍ଷିତ ରଖିବ ଏବଂ ଲାଭଦାୟକ ହେବ। ଆଲୁମିନିୟମ ମାଲବାହୀ ୱାଗନ ତଳପାର୍ଶ୍ୱରୁ ପଣ୍ୟ ଖଲାସ କରିବ। ଏହା ବିଶେଷ ଭାବରେ କୋଇଲା ପରିବହନ ପାଇଁ ଡିଜାଇନ ହୋଇଛି। ଏହି ୱାଗନର ଆଜୀବନ କାର୍ବନ ଡାଇଅକ୍ସାଇଡ୍‌ ସଞ୍ଚୟ କ୍ଷମତା ପ୍ରାୟ ୮ରୁ ୧୦ ଟନ ରହିଥିବା ଆକଳନ କରାଯାଉଛି। ଏହି ଅବସରରେ ମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ହିଣ୍ଡାଲ୍‌କୋ କାର୍ଯ୍ୟବାହୀ ନିର୍ଦ୍ଦେଶକ ସତୀଶ ପାଇ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri