ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦାରିଙ୍ଗବାଡି,୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ ନ ଥିଲେ ସାରା ବିଶ୍ୱ ଆଜି ସମସ୍ୟାରେ ପଡିଥାନ୍ତା। ବିନା ଶ୍ରମିକରେ ଗାଁଠାରୁ ସହର ପର୍ଯ୍ୟନ୍ତ କୌଣସି ଘରୋଇ ହେଉ କି ସାମୂହିକ କାର୍ଯ୍ୟ ହୋଇପାରି ନ ଥାନ୍ତା ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ଧୂମଧାମ୍‌ରେ ଶ୍ରମିକ ଦିବସ ପାଳିତ ହୋଇଛି।

ଏହି ଅବସରରେ ଦାରିଙ୍ଗବାଡି ବିଡିଓ ତଥା ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟିର ସଭାପତି ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟବକ୍ତା ଭାବେ ଏଡୁକୋର ଜାତୀୟ ନିର୍ଦ୍ଦେଶକ ଗୁରୁ ପ୍ରସାଦ ରାଓ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମଲିକ, ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ, ପ୍ରେମ ଅନୁଷ୍ଠାନର ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅଧିକାରୀ ସୁଧୀର ଦିଗାଲ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ଶ୍ରମିକମାନଙ୍କୁ ସଚେତନ କରାଯିବା ସହ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିଭିନ୍ନ ସହାୟତା ଓ ଶ୍ରମିକଙ୍କ ପିଲାଙ୍କ ପାଇଁ ଥିବା ଉଚ୍ଚ ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ବୀମା ସମ୍ପର୍କରେ କୁହାଯାଇଥିଲା। ସେହିପରି ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରାୟ ୭୦ ହଜାର ଶ୍ରମିକ ରହିଥିବା ବେଳେ ଏବେ ରାଜ୍ୟରେ ଦାରିଙ୍ଗବାଡି ଅଧିକା ଶ୍ରମ ଦିବସ ସୃଷ୍ଟି କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଡିଓ ପାତ୍ର ସୂଚନା ଦେଇଥିଲେ। ସେହିପରି ନୂତନ ଭାବେ ପଞ୍ଜୀକୃତ ହୋଇଥିବା ୧୧୨ଜଣ ଶ୍ରମିକଙ୍କୁ ଶ୍ରମକାର୍ଡ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri