Categories: ଜାତୀୟ

ସିଆର୍‌ପିଏଫ୍‌, ଆର୍‌ଏଏଫ୍‌ରେ ମହିଳାଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍‌ସ୍ପେକ୍ଟର ଜେନେରାଏ (ଆଇଜି) ପଦ ମିଳିଛି। ଦୁହେଁ ୧୯୮୭ରେ ପ୍ରଥମ ଥର ପାଇଁ ଫୋର୍ସରେ ସାମିଲ ହୋଇଥିଲେ।

ସୀମା ବିହାର ସେକ୍ଟର ସିଆର୍‌ପିଏଫ୍‌ର ମୁଖ୍ୟ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ଥିବାବେଳେ ଆନି ସିଆର୍‌ପିଏଫ୍‌ର ରାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌ଏଏଫ୍‌)ର ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରିବେ। ଦୁଇଜଣଯାକ ସିଆର୍‌ପିଏଫ୍‌ର ପ୍ରଥମ ମହିଳା ବ୍ୟାଚ୍‌ ହୋଇଥିବାବେଳେ ଚାକିରିକାଳ ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ ଅପରେଶନ୍‌ର ଅଂଶ ପାଲଟିଥିବା ଜଣାପଡ଼ିଛି।

ପୂର୍ବରୁ ସୀମା ଲାଇବେରିଆରେ ଜାତିସଂଘର ଏକ ମିଶନରେ ଆର୍‌ଏଏଫ୍‌ର ଡିଆଇଜି ଦାୟିତ୍ୱରେ ରହିଥିଲେ। ନିଜର କାର୍ଯ୍ୟଦକ୍ଷତା ପାଇଁ ଦୁହେଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୋଲିସ ମେଡାଲରେ ସମ୍ମାନିତ ହୋଇଛନ୍ତି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉଭୟଙ୍କୁ ବିଧିବଦ୍ଧଭାବେ ଦାୟିତ୍ୱ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Share