Advertisement
Posted inଜାତୀୟ

ସିଆର୍‌ପିଏଫ୍‌, ଆର୍‌ଏଏଫ୍‌ରେ ମହିଳାଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍‌ସ୍ପେକ୍ଟର ଜେନେରାଏ (ଆଇଜି) ପଦ ମିଳିଛି। ଦୁହେଁ ୧୯୮୭ରେ ପ୍ରଥମ ଥର ପାଇଁ ଫୋର୍ସରେ ସାମିଲ ହୋଇଥିଲେ।

ସୀମା ବିହାର ସେକ୍ଟର ସିଆର୍‌ପିଏଫ୍‌ର ମୁଖ୍ୟ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ଥିବାବେଳେ ଆନି ସିଆର୍‌ପିଏଫ୍‌ର ରାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌ଏଏଫ୍‌)ର ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରିବେ। ଦୁଇଜଣଯାକ ସିଆର୍‌ପିଏଫ୍‌ର ପ୍ରଥମ ମହିଳା ବ୍ୟାଚ୍‌ ହୋଇଥିବାବେଳେ ଚାକିରିକାଳ ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ ଅପରେଶନ୍‌ର ଅଂଶ ପାଲଟିଥିବା ଜଣାପଡ଼ିଛି।

ପୂର୍ବରୁ ସୀମା ଲାଇବେରିଆରେ ଜାତିସଂଘର ଏକ ମିଶନରେ ଆର୍‌ଏଏଫ୍‌ର ଡିଆଇଜି ଦାୟିତ୍ୱରେ ରହିଥିଲେ। ନିଜର କାର୍ଯ୍ୟଦକ୍ଷତା ପାଇଁ ଦୁହେଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୋଲିସ ମେଡାଲରେ ସମ୍ମାନିତ ହୋଇଛନ୍ତି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉଭୟଙ୍କୁ ବିଧିବଦ୍ଧଭାବେ ଦାୟିତ୍ୱ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି...

୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍‌

ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି...

ଓଡ଼ିଶାରେ ହେଲିକପ୍ଟର ସେବା କେବେ: ଉତ୍ତର ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ,୧୦ା୨: ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆହତଙ୍କୁ ଏୟାରଲିଫ୍ଟିଂ ପାଇଁ ନିରବଚ୍ଛିନ୍ନ ହେଲିକପ୍ଟର ସେବାକୁ ନେଇ ବିଜେଡି ପକ୍ଷରୁ କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ...

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ...

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ...

ମୋଦିଙ୍କୁ ଭେଟିଲେ ଭୁଟାନ ରାଜା

ନୂଆଦିଲ୍ଲୀ,୧୪।୯: ଭାରତ ଗସ୍ତ ସମୟରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ...

ସାଧାରଣ ଭୋଟରଙ୍କୁ ଟାର୍ଗେଟ କଲେ ସିଦ୍ଧରମେୟା

ବାଦାମି,୨୭।୬: କର୍ନାଟକର ବାଦାମିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ସାଧାରଣ ଭୋଟରଙ୍କୁ ଟାର୍ଗେଟ କରିଛନ୍ତି।...

ପୁରୁଣା ଭିଡିଓ ଦେଖାଇ ଭୟଭୀତ ନ କରାଯାଉ: ମୁଖ୍ୟମନ୍ତ୍ରୀ

ଚାମୋଲି,୭ ।୨: ଉତ୍ତରାଖଣ୍ଡର ଚାମୋଲିରେ ହୀମସ୍ଖଳନ ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଣି ଗାଁ ନିକଟରେ ଏହି ହୀମସ୍ଖଳନ ହୋଇଛି । ଚାମୋଲି...

Advertisement
Archives

Model This Week