Posted inଖେଳ

ସମ୍ପୂର୍ଣ୍ଣ ଫିଟ୍‌ହେଲେ ଦଳରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ ଶେଷ ହେବାପରେ ଏବେ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରହିଛି। ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ଗୁରୁବାର ଦୁବାଇରୁ ସିଡ୍‌ନୀ ଯିବେ। ତେବେ ଟେଷ୍ଟ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବା ରୋହିତ ଶର୍ମା ଅଷ୍ଟ୍ରେଲିଆ ନ ଯାଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲ ସମୟରେ ସେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାତୀୟ ଚୟନକର୍ତ୍ତାମାନେ ପ୍ରଥମେ ରୋହିତଙ୍କୁ ୩ଟି ଯାକ ଫର୍ମାଟରୁ ବାଦ୍‌ ଦେଇଥିଲେ। ରୋହିତ ଆହତ ଥିବା ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସର ୪ଟି ଲିଗ୍‌ ମ୍ୟାଚ ଖେଳିପାରି ନ ଥିଲେ। ମାତ୍ର ସେ ପରେ ପ୍ରତ୍ୟାବର୍ତ୍ତନ କରି ଶେଷ ଲିଗ୍‌ ସହିତ କ୍ୱାଲିଫାୟର-୧ ଓ ଫାଇନାଲ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ। ଆଇପିଏଲ ଫାଇନାଲ ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏକ ଇସ୍ତାହାର ଜାରି କରାଯାଇ ରୋହିତଙ୍କୁ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିବା ଦର୍ଶା ଯାଇଥିଲା। ସମ୍ପୂର୍ଣ୍ଣ ଫିଟ୍‌ ହେବାପାଇଁ ତାଙ୍କୁ ଟି୨୦ ଓ ଦିନିକିଆ ସିରିଜ ପାଇଁ ଦଳରେ ନିଆଯାଇ ନ ଥିଲା। ରୋହିତ ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ। ଫିଟ୍‌ନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ସେ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ବର ୨୭ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ରହିବ। ଟେଷ୍ଟ ସିରିଜ ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବ।
ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବାରୁ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋହଲି ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁସ୍କା ଶର୍ମା ଜାନୁୟାରୀ ପ୍ରଥମଭାଗରେ ସନ୍ତାନ ଆଶା କରୁଛନ୍ତି। ତେଣୁ ପ୍ରଥମ ଟେଷ୍ଟ ପରେ ତାଙ୍କୁ ଛୁଟି ଦେବାପାଇଁ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ। ଏହା ମଞ୍ଜୁର ହୋଇଥିବାରୁ ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ଦିବାରାତ୍ର ଟେଷ୍ଟ ପରେ କୋହଲି ଫେରି ଆସିବେ। ବିଦେଶ ମାଟିରେ ଭାରତର ଏହା ହେବ ପ୍ରଥମ ଦିବାରାତ୍ର ଟେଷ୍ଟ। ତେବେ କୋହଲି ଚାହିଁଲେ ମଧ୍ୟ ପୁଣି ଅଷ୍ଟ୍ରେଲିଆ ଯାଇ ୩ୟ କିମ୍ବା ୪ର୍ଥ ଟେଷ୍ଟ ଖେଳିପାରିବେ ନାହିଁ। କାରଣ କୋଭିଡ-୧୯କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାରଙ୍କ ଭ୍ରମଣ ଗାଇଡଲାଇନ୍‌ ଅନୁସାରେ କୌଣସି ବ୍ୟକ୍ତି ଦେଶକୁ ଆସିଲେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ତେଣୁ କୋହଲିଙ୍କୁ ଆଉ ଏତେ ସମୟ ମିଳିବନାହିଁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଅବଗତ ଅଛି। ବର୍ଡର-ଗାଭାସ୍କର ସିରିଜର ଅନ୍ତିମ ଦୁଇଟି ଟେଷ୍ଟ ସିଡ୍‌ନୀରେ ଜାନୁୟାରୀ ୭ରୁ ୧୧ ଏବଂ ବ୍ରିସ୍‌ବେନ୍‌ରେ ଜାନୁୟାରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବିସିସିଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ଭାରତୀୟ ଦଳ ସହ କୋହଲି ସପରିବାରେ ଅଷ୍ଟ୍ରେଲିଆ ଯିବେ। ୧୩ ତାରିଖରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳିଙ୍କ ୨ ସପ୍ତାହ କ୍ୱାରାଣ୍ଟାଇନ୍‌ ଅବଧି ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ଭାରତୀୟ ଦଳକୁ ଟ୍ରେନିଂ ସୁବିଧା ଉପଲବ୍ଧ ହେବ। ଆସନ୍ତା ୧୪ ତାରିଖରୁ ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ। ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ୨ଟି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ଦ୍ୱିତୀୟ ଓ୍ବାର୍ମଅପ୍‌ ଦିବାରାତ୍ର ବିଶିଷ୍ଟ ହେବ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଡିସେମ୍ବର ୬ରୁ ୮ ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ ସମୟରେ ଭାରତୀୟ ଦଳ ଟି୨୦ ଅନନ୍ତର୍ଜାତୀୟ ସିରିଜ ଖେଳୁଥିବ। ତେଣୁ ଅଧିକାଂଶ ଖେଳାଳି ଏଥିରେ ଯୋଗଦେଇ ପାରିବେ ନାହିଁ। କେତେଜଣ ଟେଷ୍ଟ ସ୍ପେଶାଲିଷ୍ଟ ଓ ନେଟ୍‌ ବୋଲର ଏଥିରେ ଭାଗନେଇପାରିବେ। ତେବେ ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚବେଳକୁ ସମସ୍ତ ଖେଳାଳି ଉପଲବ୍ଧ ହେବେ। ଆଇପିଏଲ ସମୟରେ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରେ ଥିବା ରିଦ୍ଧିମାନ ଶାହା ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯିବେ। ତେବେ ଏନସିଏରେ ଫିଟ୍‌ନେସ ଟେଷ୍ଟ ଦେଉଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ପରେ ଅଷ୍ଟ୍ରେଲିଆ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri