Posted inଖେଳ

ଅଲିମ୍ପିକ୍ସରେ ରୋହିତ, ବିରାଟଙ୍କ ସମେତ ଏହି କ୍ରିକେଟରଙ୍କ ଖେଳିବା କଷ୍ଟକର

ନୂଆଦିଲ୍ଲୀ,୧୬।୧୦: କ୍ରିକେଟ ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସର ଏକ ଅଂଶ ହୋଇଛି। ୨୦୨୮ରେ ଲସ ଆଞ୍ଜେଲସରେ ଖେଳାଯିବାକୁ ଥିବା ଅଲିମ୍ପିକ ଗେମ୍ସରେ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଅନୁମୋଦନ କରିଛି। ୧୪୩ ବର୍ଷ ପରେ କ୍ରିକେଟ ପୁଣି ଥରେ ଅଲିମ୍ପିକ ଗେମ୍ସରେ ସ୍ଥାନ ପାଇଛି। ହେଲେ ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଷ୍ଟାର ଖେଳାଳିଙ୍କ ପାଇଁ ଅଲିମ୍ପିକ ଖେଳିବା ଅତ୍ୟନ୍ତ କଷ୍ଟକର ହୋଇଯିବ।

ବୟସ ଯୋଗୁ ଅନେକ ତାରକା ଭାରତୀୟ କ୍ରିକେଟର ଲସ ଆଞ୍ଜେଲସ ୨୦୨୮ଅଲିମ୍ପିକ୍ସରେ ଖେଳାଯିବାକୁ ଥିବା କ୍ରିକେଟର ଅଂଶ ହୋଇପାରିବେ ନାହିଁ। ୨୦୨୮ ସୁଦ୍ଧା, ଅନେକ ଭାରତୀୟ ଖେଳାଳି ଅବସର କିମ୍ବା ସନ୍ୟାସ ନେଇସାରିଥିବେ। ଏଭଳି ପରିସ୍ଥିତିରେ ଷ୍ଟାର ଭାରତୀୟ ଖେଳାଳିଙ୍କ ପାଇଁ ଖେଳିବା ବହୁତ କଷ୍ଟସାଧ୍ୟ ହୋଇପାରେ।

ବର୍ତ୍ତମାନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ୨୦୨୩ ସୁଦ୍ଧା ୩୬ ବର୍ଷ ହୋଇଛି। ଅଲିମ୍ପିକ୍ସ ୨୦୨୮ରେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିବ। ଏଭଳି ପରିସ୍ଥିତିରେ ୪୧ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରହିବାର ସମ୍ଭାବନା କମ୍‌। ବର୍ତ୍ତମାନ ବିରାଟ କୋହଲିଙ୍କ ବୟସ ୩୪ ବର୍ଷ ଏବଂ ୨୦୨୮ ଅଲିମ୍ପିକ୍ସ ସୁଦ୍ଧା ତାଙ୍କୁ ୩୯ ବର୍ଷ ହୋଇଥିବ। ତେଣୁ ତାଙ୍କର ଖେଳିବାର ସମ୍ଭାବନା ମଧ୍ୟକମ୍‌ ବୋଲି କୁହାଯାଉଛି।

ଏହା ବ୍ୟତୀତ, ଯଦି ଆମେ ସୂର୍ଯ୍ୟକୁମାର ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଦେଖିବା, ତେବେ ବର୍ତ୍ତମାନ ସୂର୍ଯ୍ୟଙ୍କ ବୟସ ୩୩ ବର୍ଷ, ଯାହା ଅଲିମ୍ପିକ୍ସ ୨୦୨୮ରେ ୩୮ ବର୍ଷ , ରବୀନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନ ୩୪ ବର୍ଷ ହୋଇଥିବାବେଳେ ତାଙ୍କୁ ଅଲିମ୍ପିକ୍ସ ୨୦୨୮ରେ ୩୯ ହୋଇଥିବ। ଏଭଳି ପରିସ୍ଥିତିରେ ଉଭୟ ବ୍ୟାଟ୍ସମ୍ୟାନ ଖେଳିବା ଏତେ ସହଜ ହେବ ନାହିଁ। ତେବେ ଦଳରେ ଅନେକ ଯୁବ ବ୍ୟାଟ୍ସମ୍ୟାନ ମଧ୍ୟ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସରେ ଖେଳିବାକୁ ପ୍ରାୟ ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri