ରୋହିତ ସେଟ୍ଟି ଆହତ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ହାତରେ ଆଘାତ ଲାଗିଛି । ସେ ହାଇଦ୍ରାବାଦର କାମିନେନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ମାଇନର ସର୍ଜରୀ ହୋଇଛି, ଏବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାମୋଜି ରାଓ ଷ୍ଟୁଡିଓରେ ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସର ଶୁଟିଂ ଚାଲିଥିଲା । ରୋହିତ ଏକ କାର ଚେଜ ସିକ୍ୟୁଏନ୍ସର ଶୁଟ କରୁଥିଲେ ଏହି ସମୟରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହି ଖବର ପାଇବା ପରେ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସୂଚନାଯୋଗ୍ୟ, ଇଣ୍ଡିଆନ ପୋଲିସ ଫୋର୍ସ ରୋହିତ ସେଟ୍ଟଙ୍କ ମୋଷ୍ଟ ଆୱେଟେଡ ସିରିଜ ମଧ୍ୟରୁ ଗୋଟିଏ ।
ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଲିଡ ରୋଲରେ ନଜର ଆସିବେ । ରୋହିତ ସେଟ୍ଟିଙ୍କ ପୂର୍ବରୁ ଗୋଆରେ ଶୁଟିଂ ସମୟରେ ଗତବର୍ଷ ମେ’ ରେ ସିଦ୍ଧାର୍ଥ ମାଲହୋତ୍ରା ଆହତ ହୋଇଥିଲେ । ସେମିତି ଅଗଷ୍ଟରେ ଶୁଟିଂ ସମୟରେ ଶିଳ୍ପା ସେଟ୍ଟିଙ୍କ ଗୋଡ ଫ୍ୟାକ୍‌ଚର ହୋଇଥିଲା । ସିଦ୍ଧାର୍ଥ ଓ ଶିଳ୍ପାଙ୍କ ବ୍ୟତୀତ ଏଥିରେ ବିବେକ ଓବରୟ ବି ନଜର ଆସିବେ । ଚଳିତ ବର୍ଷ ଏହା ରିଲିଜ୍ ହେବ ।

Share