ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି

ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ରୋହିତ ସେଟ୍ଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି । ବାୟୋପିକ ମାରିଆଙ୍କ ୨୦୨୦ର ସଂସ୍ମରଣ ଲେଟ ମି ସେ ଇଟ ନାମରେ ଆଧାରିତ ହେବ । ବାୟୋପିକ ପାଇଁ କାଷ୍ଟିଂ କରାଯାଉଛି ।
ବାୟୋପିକ ସମ୍ପର୍କରେ କଥା ହୋଇ ରୋହିତ ସେଟ୍ଟି କହିଛନ୍ତି, ରାକେଶ ମାରିଆ ସେହି ବ୍ୟକ୍ତି ଯେ ୩୬ ବର୍ଷ ପର୍ଯ୍ୟନ୍ତ ଆତଙ୍କ ଦେଖିଛନ୍ତି । ତାଙ୍କର ଅବିଶ୍ୱସନୀୟ ଯାତ୍ରା ୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରୁ ଆରମ୍ଭ କରି ଅଣ୍ଡରୱାର୍ଲଡଙ୍କ ବିପଦ ପର୍ଯ୍ୟନ୍ତ ରହିଛି । ରିୟଲ ଲାଇଫର ସୁପର ହିରୋଙ୍କ ବାହାଦୂରି ଓ ଲିଡରଶିପକୁ ପରଦାକୁ ଆଣିଥିବାରୁ ମୁଁ ସମ୍ମାନୀତ ବୋଧ କରୁଛି ବୋଲି ସେଟ୍ଟି କହିଛନ୍ତି ।
ଆଇପିଏସ୍ ମାରିଆ ୧୯୮୧ ବ୍ୟାଚର ସିଭିଲ ସର୍ଭିସ ପରୀକ୍ଷା ପାସ କରିଥିଲେ । ୧୯୯୩ରେ ପୋଲିସ କମିଶନର ଭାବେ ସେ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାର ଯାଞ୍ଚ କରିଥିଲେ । ମାରିଆ ୨୦୦୩ ଗେଟ ୱେ ଅଫ୍ ଇଣ୍ଡିଆ ଓ ଜାବୋରି ବଜାର ବିସ୍ଫୋରଣର ବି ଯାଞ୍ଚ କରିଥିଲେ ।
ଦେଶର ଆର୍ଥିକ ରାଜଧାନୀରେ ହୋଇଥିବା ୨୬/୧୧ ଆକ୍ରମଣର ଯାଞ୍ଚ ବି ତାଙ୍କୁ ଦିଆଯାଇ ଥିଲା । ମାରିଆ ଜୀବିତ ଭାବେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ବି ପଚରା ଉଚରା କରିଥିଲେ ଓ ମାମଲାକୁ ସଫଳତା ପୂର୍ଣ୍ଣ ଯାଞ୍ଚ କରିଥିଲେ ।
ବାୟୋପିକକୁ ନେଇ ମାରିଆ କହିଛନ୍ତି ଯାତ୍ରାକୁ ପୁଣିଥରେ ଜୀବିତ କରିବା ରୋମାଞ୍ଚକର ଅନୁଭୁତି ହେବ । ରୋହିତ ସେଟ୍ଟିଙ୍କ ଭଳି ଜଣେ ଆଗଧାଡିର ନିର୍ଦ୍ଦେଶକ ମୋର ବାୟୋପିକ ନିର୍ମାଣ କରୁଛନ୍ତି ଏହା ମୋ ପାଇଁ ଖୁସିର କଥା ବୋଲି ମାରିଆ କହିଛନ୍ତି । ପୁରୁଣା ସ୍ମୃତିଠାରୁ ଅଧିକ, କଠିନ ପରିସ୍ଥିତିର ସାମ୍ନା କରି କାମ କରୁଥିବା ମୁମ୍ବାଇ ପୋଲିସର ଅସାଧାରଣ କାମକୁ ଲୋକଙ୍କ ସାମ୍ନାକୁ ଆଣିବାର ଏହାଏକ ମୂଲ୍ୟବାନ ସମୟ ବୋଲି ମାରିଆ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri