‘ସିଂଘମ ୩’ରେ ଅଜୟ ଦେବଗନ

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ସେଟ୍ଟି ଏବେ ରଣବୀର ସିଂଙ୍କ ସର୍କସ ଫିଲ୍ମର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ସିଂଘମ ୩’ର କାମ ଆରମ୍ଭ କରିଦେବେ ବୋଲି ଜଣାପଡିଛି । ରୋହିତ କହିଛନ୍ତି ସେ ଫିଲ୍ମକୁ ନେଇ କାମ ଆରମ୍ଭ କରି ସାରିଛନ୍ତି ଓ ୨୦୨୩ ଏପ୍ରିଲରୁ ସେ ଫିଲ୍ମର ଶୁଟିଂ ଆରମ୍ଭ କରିବେ । ସେ ପର୍ଯ୍ୟନ୍ତ ଅଜୟ ଦେବଗନ ବି ତାଙ୍କ ଅଲଗା ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ରୋହିତ କହିଛନ୍ତି, ମୁଁ କିଛିଦିନ ହେବ ସିଂଘମ ନିର୍ମାଣ କରିନାହିଁ । ସେଥିପାଇଁ ପୁଣିଥରେ ସିଂଘମ ଆଣିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ।
ସମସ୍ତଙ୍କୁ ଜଣାଥିବା ରୋହିତ ସେଟ୍ଟି ଓ ଅଜୟ ଦେବଗନଙ୍କ ମଧ୍ୟରେ ଟ୍ୟୁନିଂ ଖୁବ୍ ଦମଦାର । ଦର୍ଶକେ ଏମାନଙ୍କ ଦିୱାନା ହୋଇଯାଆନ୍ତି । ସିଂଘମ ବ୍ୟତୀତ ରୋହିତ ଓ ଅଜୟଙ୍କ ଯୋଡି ଗୋଲମାଲ ସିରିଜରେ ବି କାମ କରିଛନ୍ତି । ରୋହିତ କହିଛନ୍ତି ସିଂଘମର କାମ ଆରମ୍ଭ ହୋଇଯାଇଛି । ହେଲେ ଡିସେମ୍ବରରେ ସର୍କସ ରିଲିଜ୍ ହେବା ପରେ ଯାଇ ମୁଁ ସିଂଘମର କାମ ଆରମ୍ଭ କରିବି ।
ସୂଚନାଯୋଗ୍ୟ, କିଛିଦିନ ହେବ ରୋହିତ ସେଟ୍ଟି ‘ସିଂଘମ ୩’ର ଆଇଡିଆ କ୍ରାକ କରିବାକୁ ଚାହୁଁଥିଲେ ଆଉ ଶେଷରେ ତାଙ୍କୁ ଏହି ଆଇଡିଆ ମିଳିଯାଇଛି । ଏହା ତାଙ୍କ କପ ୟୁନିଭର୍ସର କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଯିବ । ରୋହିତ ସେଟ୍ଟି ଓ ଅଜୟ ଦେବଗନଙ୍କ ଷ୍ଟାରର ସିଂଘମ ରିଟର୍ନସ ୨୦୧୪ରେ ଅଗଷ୍ଟ ୧୫ର ରିଲିଜ୍ ହୋଇଥିଲା । ଆଉ ଏହା ବକ୍ସ ଅଫିସରେ ବ୍ଲକବଷ୍ଟର ଥିଲା ।

Share