ରୋହିତ ଶର୍ମାଙ୍କ ଜନ୍ମଦିନ କାନ୍ଦିଲେ ସ୍ତ୍ରୀ ରିତିକା

ମୁମ୍ବାଇ,୧।୫: ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ପ୍ରଥମ ବିଜୟ ହାସଲ କରିଛି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ମୁମ୍ବାଇ ୫ ଉଇକେଟରେ ଜିତି ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଜନ୍ମଦିନରେ ଏକ ବିଶେଷ ଉପହାର ଦେଇଛି। ତେବେ ଅଧିନାୟକ ରୋହିତ ନିଜେ ଏହି ମ୍ୟାଚରେ କୌଣସି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନ ଥିଲେ ଏବଂ ତାଙ୍କ ଜନ୍ମଦିନରେ ମାତ୍ର ଦୁଇ ରନ ସ୍କୋର କରି ଅଶ୍ୱିନଙ୍କ ଶିକାର ହୋଇଥିଲେ। ରୋହିତ ଆଉଟ୍‌ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ରିତିକା କାନ୍ଦିବାକୁ ଲାଗିଥିଲେ। ଏହି ସମୟରେ ଅଶ୍ୱିନଙ୍କ ସ୍ତ୍ରୀ ପ୍ରୀତି ନାରାୟଣ ରିତିକାଙ୍କ ନିକଟରେ ପହଞ୍ଚି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ତାଙ୍କ ଜନ୍ମଦିନରେ ରୋହିତ ପାଞ୍ଚ ବଲରେ ଦୁଇ ରନ ସ୍କୋର କରିଥିଲେ ଏବଂ ଅଶ୍ୱିନ ବିପକ୍ଷରେ ଏକ ବଡ଼ ଶଟ ଖେଳିବାକୁ ଯାଇ ଧରାପଡିଥିଲେ। ରୋହିତଙ୍କ ଜନ୍ମଦିନରେ ସମସ୍ତେ ତାଙ୍କଠାରୁ ଏକ ବଡ଼ ଇନିଂସ ଆଶା କରିଥିଲେ। ରିତିକା ମଧ୍ୟ ସମାନ ଆଶାରେ ମ୍ୟାଚ ଦେଖିବାକୁ ଆସିଥିଲେ, କିନ୍ତୁ ରୋହିତ ଏହି ମ୍ୟାଚରେ କୌଣସି ଚମତ୍କାର କରିପାରି ନ ଥିଲେ। ରୋହିତଙ୍କ ଆଉଟ୍‌ ପରେ ରିତିକା କାନ୍ଦିବାକୁ ଲାଗିଥିଲେ। କିନ୍ତୁ ପ୍ରୀତି ତାଙ୍କୁ ବୁଝାଇଥିଲେ।