Categories: ଖେଳ

ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଚଳିତ ସିଜିନ୍‌ରେ ତୃତୀୟ ବିଜୟ। ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡ଼ରୁ ପୂର୍ବରୁ ବାହାରି ସାରିଛି। ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ତିଳକ ବର୍ମାଙ୍କୁ ପ୍ରଶଂସା କରିଛନ୍ତି। ସେ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଆଗାମୀ ସମୟରେ ସେ ତିନିଟି ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦକ୍ଷତା ରଖିଛନ୍ତି।
ମ୍ୟାଚ ପରେ ରୋହିତ କହିଛନ୍ତି, ଚଳିତ ଆଇପିଏଲରେ ତିଳକ ଡେବ୍ୟୁ କରିଛନ୍ତି। ସେ ବହୁତ ଭଲ ବ୍ୟାଟିଂ କରନ୍ତି। ତିଳକଙ୍କ ଯେବେ କଥା ହୁଏ, ତାଙ୍କଠାରେ ରନ୍‌ ଭୋକ ଦେଖାଯାଏ। ସେ ସର୍ବଦା ଶାନ୍ତ ଖେଳନ୍ତି। ତାଙ୍କୁ ଖୁବ ଶୀଘ୍ର ସମସ୍ତ ତିନୋଟି ଫର୍ମାଟରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ତାଙ୍କର ଭଲ କୌଶଳ ଅଛି।
ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିପାରି ନାହିଁ। ଆଇପିଏଲର ୧୨ଟି ମ୍ୟାଚ ମଧ୍ୟରୁ ମୁମ୍ବାଇ ୯ଟି ହାରିଛି।

Share