Categories: ଖେଳ

ଏହି କ୍ରିକେଟର୍‌ଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ, ଜାଣନ୍ତୁ କାହିଁକି

ମୁମ୍ବାଇ,୩୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ଝିଅ ସମାଇରା ଆଜି ଦ୍ୱିତୀୟ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ରୋହିତ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ରୋହି ସମାଇରାଙ୍କୁ ନିଜ ଲକି ଷ୍ଟାର ମାନନ୍ତି। କାରଣ ଝିଅ ଜନ୍ମ ନେବା ପରେ ସେ କ୍ରିକେଟ୍‌ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କିନ୍ତୁ ଜାଣନ୍ତି ସମୟ ଥିବା ସମାଇରା ନିଜ ପିତାଙ୍କୁ ଦେଖି ଡରୁଥିଲେ। ଏହାର କାରଣ ଥିଲା ରୋହିତ ଶର୍ମାଙ୍କ ବଡ ବଡ ଦାଢି। ଯାହାକୁ ଦେଖି ସମାଇରା ତାଙ୍କ ପାଖକୁ ଯିବାକୁ ଭୟ କରୁଥିଲେ। ଏକ ସାକ୍ଷାତକାରରେ ରୋହିତ ଶର୍ମା ନିଶ କାଟିବା ନେଇ ବଡ ଖୁଲାସା କରଥିଲେ। ଚହଲ ଟିଭିକୁ ଦେଇଥିବା ସାକ୍ଷାତକାରରେ ରୋହିତ୍‌ କହିଥିଲେ, ଝିଅ ସମାଇରା ଯୋଗୁ ସେ କ୍ଲିନ୍‌ ସେଭ୍‌ କରିଛନ୍ତି। ବଡ ନିଶ ରଖିଲେ ଝିଅ ଡରି ତାଙ୍କ ପାଖ ମାଡୁ ନ ଥିଲା। ଏହି କାରଣରୁ ସେ କ୍ଲିନ୍‌ ସେଭ୍‌ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରୋହିତ କହିଥିଲେ। ସୂଚନାଯୋଗ୍ୟ, ଆହତ କାରଣରୁ ଦଳରୁ ବାଦ୍‌ ପଡିଥିବା ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ରେ ଖେଳିବାର ସମ୍ଭାବନା ରହିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ। ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ତାଲିମ ପରେ ରୋହିତ ଶର୍ମା ଡିସେମ୍ବର ୧୬ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ସେ ଏବେ ସିଡନୀରେ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ସମାପ୍ତ କରୁଛନ୍ତି।

Share