Categories: ଖେଳ

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ  ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା । ଏହି ସମୟରେ ଅନୁଷ୍କା ବିରାଟଙ୍କ ସହ ନଜର ଆସିଥିଲେ। ସବୁଠାରୁ ବଡ଼ କଥା ଥିଲା, ଅନୁଷ୍କା ସ୍ବାମୀଙ୍କ ସହ ଆଗରେ ଛିଡ଼ା ହୋଇଥିବା ବେଳେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ପଛରେ ଛିଡ଼ା ହୋଇଥିଲେ। ଏହାର ଫଟୋ ଭାଇରାଲ ହେବା ପରେ କ୍ରିକେଟ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ଟିମ୍‌ ପରିଦର୍ଶନ ଥିଲା ପାରିବାରିକ ପରିଦର୍ଶନ ନୁହେଁ ବୋଲି ଲୋକେ କହିବା ସହ ଲୋକମାନେ କହିଥିଲେ। ତେବେ ଏହି ଗସ୍ତରେ ରୋହିତ ଶର୍ମା ଭାରତୀୟ ଦଳର ଅଂଶବିଶେଷ ନ ଥିଲେ। ଏହାକୁ ନେଇ ସେ ଏକ ଟୁଇଟ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଜଣେ ପ୍ରଶଂସକ ନିଜ ଟୁଇଟ୍‌ରେ ଲେଖିଥିଲେ, ‘ଅନୁଷ୍କା ରୋହିତଙ୍କ ସ୍ଥାନରେ ଯାଇଥିଲେ? ହଁ, ଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ।’ ରୋହିତ ଏହି ଟୁଇଟ୍‌କୁ ପସନ୍ଦ କରିଥିଲେ। ଫଳରେ ବିବାଦ ଉପୁଜିଥିଲା। ଏହାପରେ ଅନ୍ୟ ଏକ ଟୁଇଟ୍‌କୁ ପସନ୍ଦ କରିଥିଲେ, ଯେଉଁଥିରେ ରୋହିତଙ୍କ ଟେଷ୍ଟରେ ହାରାହାରି ୫୮.୧୯ ଷ୍ଟ୍ରାଇକ୍‌ ରେଟ୍‌ ରହିଛି, ଏହା ଦୁନିଆର ଯେକୌଣସି ସକ୍ରିୟ ବ୍ୟାଟ୍ସମ୍ୟାନ୍‌ଙ୍କଠାରୁ ଅଧିକ ବୋଲି ଲେଖାଥିଲା। ତେବେ ବିଶେଷକରି ଅନୁଷ୍କାଙ୍କ ବିପକ୍ଷରେ କରିଥିବା ଟୁଇଟ୍‌କୁ ଲାଇକ୍‌ କରିବାକୁ ନେଇ ସେ ବିବାଦ ମଧ୍ୟକୁ ଆସିଥିଲେ।

Share