Categories: ଖେଳ

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ ରିତିକା ୨୧ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଦମ୍ପତି ନିଜର ସମସ୍ତ ବିଶେଷ ଦିନକୁ ବହୁତ ଭଲରେ ପାଳନ କରିଥାନ୍ତି। ହେଲେ ଏଥର ରୋହିତ ସ୍ତ୍ରୀ ଙ୍କ ଠାରୁ ଦୂରେ ଥିବାରୁ ସୋସିଆଲ ମିଡିଆ ମାଧ୍ୟମରେ ରୋମାଣ୍ଟିକ୍‌ ଶୈଳୀରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାର ଉତ୍ତର ମଧ୍ୟ ରିତିକା ବହୁତ ସୁନ୍ଦର ଭାବେ ଦେଇଛନ୍ତି। ବିବାହର ୫ ବର୍ଷ ପରେ ମଧ୍ୟ ରୋହିତଙ୍କ ଭଲ ପାଇବା ବଢ଼ିଚାଲିଛି। ସେଇଥିପାଇଁ ତ ସେ ପ୍ରପୋଜ କରି ରିତିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରୋହିତ ସୋସିଆଲ ମିଡିଆରେ ରିତିକାଙ୍କୁ ପ୍ରପୋଜ କରି ଲେଖିଛନ୍ତି, ‘ଲଭ୍‌ ୟୁ ଫରଏଭର’। ଏହା ସାଙ୍ଗକୁ ସେ ସ୍ତ୍ରୀଙ୍କ ସହ ନିଜର ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ରୋହିତଙ୍କ ମେସେଜ୍‌ରେ ରିତିକା ‘ଲଭ୍‌ ୟୁ’ କହିଛନ୍ତି। ଏହି ଫଟୋକୁ ରୋହିତଙ୍କ ପ୍ରଶଂସକମାନେ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।

Share