Categories: ଖେଳ

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ,୧୬।୧୨: ଆହତ ସମସ୍ୟାରୁ ସୁସ୍ଥ ହୋଇଛନ୍ତି ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ରୋହିତ ଶର୍ମା। ଏଥିଲାଗି ସେ ୨୨ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାର ବାଟ ଫିଟିଛି।

ବର୍ତ୍ତମାନ ରୋହିତ ବାଙ୍ଗାଲୋର ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଅଛନ୍ତି। ସେଠାରେ ସେ ଫିଟ୍‌ନେସ ଟେଷ୍ଟ ପାସ କରିଛନ୍ତି। ରବିବାର ସେ ଦଳ ସହ ଯୋଡ଼ି ହେବେ।

ତେବେ ରୋହିତ ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ଖେଳିବାବେଳେ ଆହତ ହୋଇଥିଲେ। ଏଥିଲାଗି ସେ ତୃତୀୟ ଦିନିକିଆରୁ ବାଦ୍‌ ପଡ଼ିଥିଲେ। ଏହାଛଡ଼ା ଦୁଇ ଟିମ୍‌ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବି ସେ ଖେଳୁନାହାନ୍ତି।

Share