Categories: ଖେଳ

ପ୍ରଥମ ଟେଷ୍ଟରୁ ବାଦ୍‌ ପଡିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୧।୧୨: ବାଂଲାଦେଶ ବିପକ୍ଷ ଆଗାମୀ ଟେଷ୍ଟ ସିରିଜକୁ ନେଇ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ କେଏଲ ରାହୁଲ ଦଳର ନେତୃତ୍ୱ ନେବେ। ଏଥିସହିତ ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି।
ପ୍ରଥମ ଟେଷ୍ଟ ପାଇଁ ରୋହିତଙ୍କ ସ୍ଥାନରେ ଭାରତ-ଏ ଅଧିନାୟକ ଅଭିମନ୍ୟୁ ଇଶ୍ୱରନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ।

Share