Categories: ଖେଳ

ରୋହିତଙ୍କ ବଡ଼ ବୟାନ

ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। ସେ ୪୭ ବଲ୍‌ରେ ୮ ଚୌକା ଏବଂ ୩ ଛକା ସହାୟତାରେ ୭୪ ରନ୍‌ କରିଥିଲେ। ରୋହିତ ଏବଂ କେଏଲ୍‌ ରାହୁଲ(୬୯)ଙ୍କ ଭାଗିଦାରୀ ଯୋଗୁ ଭାରତ ୨୦ ଓଭରରେ ୨୧୦ ରନ୍‌ କରିଥିଲା।

ମ୍ୟାଚ୍‌ ପରେ ରୋହିତ କହିଥିଲେ, ଆମ ଆରମ୍ଭ ଭଲ ଥିଲା, ଯାହାକି ଦୁର୍ଭାଗ୍ୟବଶତଃ ପ୍ରଥମ ୨ ମ୍ୟାଚ୍‌ରେ ହୋଇପାରି ନ ଥିଲା। ପ୍ରଥମରୁ ଭଲ ଖେଳିଲେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ରହିବ ନାହିଁ ବୋଲି ଯୋଜନା କରିଥିଲୁ। କେଏଲ୍‌ ଭଲ ଖେଳିଥିଲେ। ଆଫଗାନିସ୍ତାନ ସମସ୍ତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା। ଆମେ ବି ଫିଲ୍ଡିଂ କରିବାକୁ ଚାହୁଁଥିଲୁ। ହେଲେ ଏହି ପିଚ୍‌ ବ୍ୟାଟିଂ ପାଇଁ ଭଲ ଥିଲା। ଆମ ଟିମ୍‌ ପାଇଁ ଭଲ ଆରମ୍ଭ ସହ ସମ୍ମାନଜନକ ସ୍କୋରର ଆବଶ୍ୟକତା ଥିଲା। ରନ୍‌ରେଟ୍‌ ପ୍ରମୁଖ ଭୂମିକା ରହିବ ବୋଲି ଆମେ ଭାବିଥିଲୁ। ଆମେ ଅଧିକ ରନ୍‌ରେ ବିଜେତା ହେବାକୁ ଚାହୁଁଥିଲୁ। ଆମେ ସେଭଳି କରିପାରିଥିବାରୁ ବହୁତ ଖୁସି ଅଛୁ। ଦଳର ଆବଶ୍ୟକତା ବେଳେ ନିଜର ଯୋଗଦାନ ଦେଇପାରିବାର ଚେଷ୍ଟା ମୁଁ କରିଆସିଛି। ସବୁବେଳ ପିଚ୍‌ କିଭଳି ବ୍ୟବହାର କରୁଛି ଜାଣିବା ପରେ ଖେଳେ। ହେଲେ ଏହି ମ୍ୟାଚ୍‌ରେ କିଛି ଭିନ୍ନ ଭାବେ ଖେଳିବାକୁ ଚାହୁଁଥିଲି ବୋଲି ସେ ମଧ୍ୟ କହିଛନ୍ତି।

Share