Categories: ଖେଳ

ଅଭ୍ୟାସ ଆରମ୍ଭ କଲେ ହିଟ୍‌ମ୍ୟାନ୍‌: ବିସିସିଆଇ କହିଲା ‘ଇଞ୍ଜିନ୍‌ ଷ୍ଟାଟ୍‌ ହେବାକୁ ଯାଉଛି…’

ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ସୁସ୍ଥ ହୋଇ ଟିମ୍‌ ସହ ଯୋଡ଼ଇ ହୋଇଛନ୍ତି। ଗୁରୁବାର ସେ ଅଭ୍ୟାସ କରିଥିବା ନେଇ ବିସିସିଆଇ ପକ୍ଷରୁ ଟୁଇଟ୍‌ କରାଯାଇ ସୂଚନା ଦିଆଯାଇଛି। ଇଞ୍ଜିନ ଷ୍ଟାଟ୍‌ ହେବାକୁ ଯାଉଛି। ଆଗକୁ କ’ଣ ହେବ ତାହାର ଏକ ଝଲକ ଦେଖିନିଅନ୍ତୁ ବୋଲି ବିସିସିଆଇ ରୋହିତଙ୍କ ଫଟୋ ଶେୟାର କରି ପୋଷ୍ଟ କରିଛନ୍ତି।

ଆଇପିଏଲ୍‌୨୦୨୦ ସମୟରେ ଆହତ ହୋଇଥିଲେ ରୋହିତ। ଏଥିଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ ହୋଇଥିବା ଦଳରେ ସାମିଲ କରାଯାଇ ନ ଥିଲା। ହେଲେ ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିବା ପରେ ତାଙ୍କୁ ପୁନର୍ବାର ଦଳରେ ସାମିଲ କରାଯାଇଛି। ତେବେ ସେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍‌ ରହି ଏବେ ଦଳ ସହ ଯୋଡ଼ି ହୋଇଛନ୍ତି। ନଭେମ୍ବର ୧୦ଠାରୁ ରୋହିତ କ୍ରିକେଟ ଖେଳି ନ ଥିବା ଯୋଗୁ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।

Share