Categories: ଖେଳ

ରୋହିତଙ୍କ ୨୬୪ ରନ୍‌ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି

ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୨୬୪ରନ୍‌ର ପାଳି ଖେଳି ଇତିହାସ ରଚିଥିଲେ। ଏହି ମ୍ୟାଚ୍‌ ପରେ ତାଙ୍କୁ ସୀମିତ ଓଭର କ୍ରିକେଟର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରାଯାଇଥିଲା। ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ କୋଲକାତାରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚ୍‌ରେ ରୋହିତ ଶର୍ମା ୨୬୪ ରନ ସଂଗ୍ରହ କରିଥିଲେ। ୩୩ ଚୌକା ଓ ୯ ଛକା ସହାୟତାରେ ରୋହିତ ଶର୍ମା ଏହି ଦିନ ଏକଦିବସୀୟ ଇତିହାସର ସର୍ବଶ୍ରେଷ୍ଠ ଇନିଂସ ଖେଳିବାର ରେକର୍ଡ ସୃଷ୍ଟି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତୀୟ ଦଳ ଏହି ମ୍ୟାଚକୁ ୧୫୩ ରନରେ ଜିତିଥିଲା ଏବଂ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଦଳ ରୋହିତ ଶର୍ମାଙ୍କ ସ୍କୋର ଅତିକ୍ରମ କରିପାରି ନ ଥିଲା। ଏହି ଇନିଂସ ସହ ରୋହିତ ଶର୍ମା ଅନେକ ରେକର୍ଡ ଭାଙ୍ଗିଥିଲେ। ମ୍ୟାଚ୍‌ ପରେ ଅନେକ ଖେଳାଳି ରୋହିତଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଜଣେ ବ୍ୟକ୍ତି ଥିଲେ ଯିଏ ରୋହିତ ଶର୍ମାଙ୍କ ୨୬୪ ରନ ଇନିଂସରେ ସନ୍ତୁଷ୍ଟ ନ ଥିଲେ। ଟିମ ଇଣ୍ଡିଆର କୋଚ ଡଙ୍କନ ଫ୍ଲେଚର୍‌ ୨୬୪ ରନ ଡ୍ରେସିଂ ରୁମକୁ ଫେରିବା ପରେ ଟିକେ ନିରାଶ ହୋଇଥିଲେ। ରୋହିତ ଶର୍ମା କହିଛନ୍ତି, ଡଙ୍କନ ଫ୍ଲେଚର୍‌ ମୋତେ କହିଥିଲେ – ତୁମେ ୩୦୦ ମାରି ପାରିଥାନ୍ତ, ତୁମେ ଆରମ୍ଭରୁ ଧୀର ଖେଳିଥିଲ। ଏକ ସାକ୍ଷାତକାରରେ ରୋହିତ ଶର୍ମା ମଧ୍ୟ କହିଥିଲେ ଯେ ସେହି ମ୍ୟାଚ ପୂର୍ବରୁ ସେ ବହୁତ ନର୍ଭସ ଥିଲେ।

Share