Posted inଖେଳ

ରୋହିତଙ୍କ ୨୬୪ ରନ୍‌ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି

ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୨୬୪ରନ୍‌ର ପାଳି ଖେଳି ଇତିହାସ ରଚିଥିଲେ। ଏହି ମ୍ୟାଚ୍‌ ପରେ ତାଙ୍କୁ ସୀମିତ ଓଭର କ୍ରିକେଟର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରାଯାଇଥିଲା। ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ କୋଲକାତାରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚ୍‌ରେ ରୋହିତ ଶର୍ମା ୨୬୪ ରନ ସଂଗ୍ରହ କରିଥିଲେ। ୩୩ ଚୌକା ଓ ୯ ଛକା ସହାୟତାରେ ରୋହିତ ଶର୍ମା ଏହି ଦିନ ଏକଦିବସୀୟ ଇତିହାସର ସର୍ବଶ୍ରେଷ୍ଠ ଇନିଂସ ଖେଳିବାର ରେକର୍ଡ ସୃଷ୍ଟି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତୀୟ ଦଳ ଏହି ମ୍ୟାଚକୁ ୧୫୩ ରନରେ ଜିତିଥିଲା ଏବଂ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଦଳ ରୋହିତ ଶର୍ମାଙ୍କ ସ୍କୋର ଅତିକ୍ରମ କରିପାରି ନ ଥିଲା। ଏହି ଇନିଂସ ସହ ରୋହିତ ଶର୍ମା ଅନେକ ରେକର୍ଡ ଭାଙ୍ଗିଥିଲେ। ମ୍ୟାଚ୍‌ ପରେ ଅନେକ ଖେଳାଳି ରୋହିତଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଜଣେ ବ୍ୟକ୍ତି ଥିଲେ ଯିଏ ରୋହିତ ଶର୍ମାଙ୍କ ୨୬୪ ରନ ଇନିଂସରେ ସନ୍ତୁଷ୍ଟ ନ ଥିଲେ। ଟିମ ଇଣ୍ଡିଆର କୋଚ ଡଙ୍କନ ଫ୍ଲେଚର୍‌ ୨୬୪ ରନ ଡ୍ରେସିଂ ରୁମକୁ ଫେରିବା ପରେ ଟିକେ ନିରାଶ ହୋଇଥିଲେ। ରୋହିତ ଶର୍ମା କହିଛନ୍ତି, ଡଙ୍କନ ଫ୍ଲେଚର୍‌ ମୋତେ କହିଥିଲେ – ତୁମେ ୩୦୦ ମାରି ପାରିଥାନ୍ତ, ତୁମେ ଆରମ୍ଭରୁ ଧୀର ଖେଳିଥିଲ। ଏକ ସାକ୍ଷାତକାରରେ ରୋହିତ ଶର୍ମା ମଧ୍ୟ କହିଥିଲେ ଯେ ସେହି ମ୍ୟାଚ ପୂର୍ବରୁ ସେ ବହୁତ ନର୍ଭସ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରାପାର୍ଟି ବସ୍‌, ଗୁରୁତର ହୋଇ ୧୫ କଳାକାର ଜିଲା ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗା ପଥର ଗ୍ରାମ ନିକଟସ୍ଥ ଗୁରୁଲିଆ ଘାଟିରେ ଏକ ଯାତ୍ରପାର୍ଟି ବସ୍‌ ଓଲଟି…

ଅପରେଶନ ସାଇବର କବଚ: ୪.୫ କୋଟି ଠକେଇ, ବନ୍ଧା ହେଲେ ୩ ଅଭିଯୁକ୍ତ

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଅପରେଶନ ସାଇବର କବଚ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ଆଣିଦେଇଛି। କୋଟି କୋଟି ଟଙ୍କାର ବେନିୟମ କାରବାର ଅଭିଯୋଗରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ପୋଲିସ…

ବକେୟା ପଡ଼ିଛି ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌: ୨ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ଥୁଆମୂଳ ରାମପୁର,୨ା୩(ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମଋତୁ ଆରମ୍ଭରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ…

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri