Posted inଖେଳ

ପାକିସ୍ତାନ ଯିବାକୁ ନେଇ ଏମିତି କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୫: ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଦେଇଖିବାକୁ ପ୍ରଶଂସକ ଚାହିଁ ବସିଥାନ୍ତି। ଦୁଇ ଦେଶ ମଧ୍ୟରେ ମ୍ୟାଚ ସମୟରେ ଷ୍ଟାଡିୟମ ପ୍ୟାକ ଥାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ କେବଳ ଆଇସିସି ଟୁର୍ନାମେଣ୍ଟରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ୨ ଦେଶ ମଧ୍ୟରେ ଶେଷ ସିରିଜ ୨୦୦୭-୨୦୦୮ରେ ଖେଳାଯାଇଥିଲା। ଭାରତୀୟ ଖେଳାଳିମାନେ ପ୍ରାୟତଃ ଦୁଇ ଦେଶ ମଧ୍ୟରେ କୌଣସି ସିରିଜ ହେବ କି ନାହିଁ ପ୍ରଶ୍ନକୁ ଏଡ଼ାଇଥିବାର ଦେଖାଯାଏ। କିନ୍ତୁ କିଛି ଦିନ ପୂର୍ବରୁ ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମା ଭାରତ-ପାକିସ୍ତାନ ସିରିଜକୁ ନେଇ ନୀରବତା ଭାଙ୍ଗିଥିଲେ।
ରୋହିତ ଶର୍ମା କହିଛନ୍ତି, ୨ ଦେଶ ମଧ୍ୟରେ ସିରିଜ ଏବଂ ମ୍ୟାଚର ନିଷ୍ପତ୍ତି କ୍ରିକେଟ ବୋର୍ଡ ହାତରେ ଅଛି। କୌଣସି ସିରିଜ ସ୍ଥିର କରିବା ତାଙ୍କ କିମ୍ବା ଅନ୍ୟ ଖେଳାଳିଙ୍କ କାମ ନୁହେଁ, ସେମାନଙ୍କ ପାଇଁ ଯାହା ଟୁର୍ନାମେଣ୍ଟ ସ୍ଥିର ହୋଇଛି, ସେମାନେ ଏହାକୁ ଖେଳିବା ପାଇଁ ସେଠାରେ ପହଞ୍ଚନ୍ତି। ଯଦି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଅନୁମତି ଦିଏ ତେବେ ପାକିସ୍ତାନ ଯାଇ କ୍ରିକେଟ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ।
ଏସିଆ କପ ୨୦୨୩ ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଥିଲା, କିନ୍ତୁ ବିସିସିଆଇ ଏସିଆ କପ ପାଇଁ ପାକିସ୍ତାନକୁ ପଠାଇବାକୁ ମନା କରିଦେଇଥିଲା। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାରେ ଭାରତୀୟ ଦଳର ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟ ଦଳର ମ୍ୟାଚ କେବଳ ପାକିସ୍ତାନରେ ଅନୁଷ୍ଠିତ ହୋଇଥିଲା। ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରିଥିଲା। ଏହା ବ୍ୟତୀତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ପାକିସ୍ତାନରେ ଅନୁଷ୍ଠିତ ହେବ, କିନ୍ତୁ ଭାରତ ଏହାର ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri