Posted inଖେଳ

ବର୍ଷର ଶ୍ରେଷ୍ଠ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ

ଦୁବାଇ,୨୦।୧: ୨୦୨୧ ବର୍ଷ ଲାଗି ଘୋଷିତ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓପନର ରୋହିତ ଶର୍ମା, ଉଇକେଟକିପର ରିଷଭ ପନ୍ତ ଓ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିପୂର୍ବରୁ ଘୋଷିତ ଆଇସିସି ଦିନିକିଆ ଏବଂ ଟି୨୦ ଦଳରେ କୌଣସି ଭାରତୀୟ ଦଳର ଖେଳାଳିଙ୍କୁ ସ୍ଥାନ ମିଳି ନ ଥିଲା।

ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଆଇସିସି ପୁରୁଷ ଟି୨୦ ଦଳରେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ସେହିଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ସ୍ଥାନ ପାଇବାରେ ବିଫଳ ହୋଇଥିଲେ ଭାରତୀୟ ଖେଳାଳି। ତେବେ ଏହା ଚକିତକର ଘଟଣା ନୁହେଁ। କାରଣ ପୂରା ବର୍ଷରେ ଭାରତ ମାତ୍ର ୬ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା। କିନ୍ତୁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିବା ଭାରତୀୟ ଦଳର ୩ ଖେଳାଳି ୨୦୨୧ ବର୍ଷର ଆଇସିସି ଦଳରେ ସ୍ଥାନ ପାଇଛନ୍ତି।

ପୂରା ବର୍ଷରେ ଭାରତ ମୋଟ ୧୪ ଟେଷ୍ଟ ଖେଳି ୮ଟି ଜିତିଥିବା ବେଳେ ୩ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ସାମିଲ ଥିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ମିଳିଥିବା ହୃଦୟ ବିଦାରକ ପରାଜୟ।

ନିକଟରେ ଭାରତୀୟ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ନେଇଥିବା ରୋହିତ ୨ ଶତକ ସହ ୯୦୬ ରନ୍‌ କରିଥିଲେ। ତାଙ୍କର ଉଭୟ ଶତକ ଆସିଥିଲା ବିପରିତ ପରିସ୍ଥିତିରେ। ଅନ୍ୟପକ୍ଷରେ ପ୍ରଥମ ପସନ୍ଦ ଉଇକେଟକିପର ଭାବେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ପନ୍ତ ୧୨ ମ୍ୟାଚ୍‌ରେ ୭୪୮ ରନ୍‌ କରିଥିଲେ। ସେହିଭଳି ଅଶ୍ୱିନ ୯ ମ୍ୟାଚ୍‌ରେ ୫୪ ଉଇକେଟ ନେବା ସହ ୩୫୫ ରନ୍‌ କରିଥିଲେ। ଏଥିରେ ସାମିଲ ଥିଲା ଏକ ଶତକ। ଭାରତର ୩ ଖେଳାଳିଙ୍କ ବ୍ୟତୀତ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ଅଧିନାୟକ କେନ ଓ୍ବିଲିୟମସନ ସମେତ ନ୍ୟୁଜିଲାଣ୍ଡର ଦୁଇ ଏବଂ ପାକିସ୍ତାନର ୩ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ବର୍ଷର ଶ୍ରେଷ୍ଠ ଆଇସିସି ପୁରୁଷ ଟେଷ୍ଟ ଦଳ: ଦିମୁଥ କରୁଣାରତ୍ନେ, ରୋହିତ ଶର୍ମା, ମାର୍ନସ ଲାବୁସେନ, ଜୋ ରୁଟ, କେନ ଓ୍ବିଲିୟମସନ (ଅଧିନାୟକ), ଫଓ୍ବାଦ ଅଲାମ, ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, କାଇଲ ଜେମିସନ, ହାସନ ଅଲି ଓ ଶାହୀନ ଶାହା ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri