Categories: ଖେଳ

ରାଗିଗଲେ କ୍ୟାପ୍‌ଟେନ୍‌: କହିଲେ‘ ଏନେଇ କାହିଁକି ଚର୍ଚ୍ଚା ହେଉଛି ବୁଝିପାରୁନି…’

ଲଣ୍ଡନ,୧୫।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଗୁରୁବାର ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍‌ କରି ଉଇକେଟ ହରାଇଥିଲେ। ପ୍ରଥମେ ତାଙ୍କୁ ଦଳରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହି ପ୍ରଦର୍ଶନକୁ ନେଇ ତାଙ୍କୁ ପୁଣିଥରେ ଆଲୋଚନାର ଶିକାର ହେବାକୁ ପଡ଼ିଛି। ଏସବୁ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ପୁଣିଥରେ ତାଙ୍କ ସମର୍ଥନରେ ବାହାରିଛନ୍ତି।

ମ୍ୟାଚ୍‌ ଶେଷ ହେବା ପରେ ରୋହିତ କହିଛନ୍ତି, କୋହଲିଙ୍କୁ ନେଇ ଏଭଳି ଚର୍ଚ୍ଚା କାହିଁକି ହେଉଛି ସେ ଜାଣିପାରୁ ନାହାନ୍ତି। ସେ ଦୀର୍ଘଦିନ ଧରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌। ତାଙ୍କୁ କାହାର ଆଶ୍ୱାସନା ଦେବାର ଆବଶ୍ୟକତା ନାହିଁ। ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି। ଫର୍ମରେ କ’ଣ ଅଛି, ତାହା କେତେବେଳେ ଭଲ ଥାଏ ତ କେବେ ଖରାପ। ସବୁ କ୍ରିକେଟରଙ୍କ ସହ ଘଟେ। ସେ ଭାରତ ପାଇଁ ଯେତିକି ମ୍ୟାଚ୍‌ ଜିତିଛନ୍ତି ତାକୁ ଦେଖିଲେ ଗୋଟିଏ କିମ୍ବା ଦୁଇଟି ଇନିଂସ ଭଲ ଖେଳିଲେ ସେ ପୁଣି ଲୟକୁ ଫେରିଆସିବେ। ଏମିତି ମୁଁ ଭାବୁଛି। ମୋର ବିଶ୍ୱାସ ଯେ ପ୍ରତ୍ୟେକ କ୍ରିକେଟପ୍ରେମୀ ଏହା ହିଁ ଭାବୁଥିବେ ବୋଲି ସେ କହିଛନ୍ତି।

Share