Categories: ଖେଳ

ପନ୍ତଙ୍କୁ ନେଇ ଏହି ବଡ଼ ବୟାନ ଦେଲେ ରୋହିତ ଶର୍ମା, କହିଲେ…

ଅହମ୍ମଦାବାଦ,୬।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୧୮ ବଲ୍‌ରେ ୧୦୧ରନ୍‌ କରି ଭାରତକୁ ମଜଭୂତ ସ୍ଥିତିକୁ ଆଣିଥିଲେ କ୍ରିକେଟର ରିଷଭ ପନ୍ତ। ଏହାକୁ ନେଇ ତାଙ୍କର ପ୍ରଶଂସା କରାଯାଉଥିବାବେଳେ ଭାରତୀୟ କ୍ରିକେଟର ରୋହିତ ଶର୍ମା ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପନ୍ତଙ୍କ ଖେଳିବା ଶୈଳୀ ଭିନ୍ନ। ତାଙ୍କୁ ପାଳିକୁ କିଭଳି ଆଗକୁ ନେବାକୁ ହୁଏ ଜଣାଅଛି। ସେ ନିଜ ଶୈଳୀରେ ଖେଳୁଥିଲେ। ସବୁବେଳେ ଗୋଟିଏ ଦଳରେ ଖେଳାଳିଙ୍କ ମିଶ୍ରଣ ରହିଥାଏ। କେହି ଆକ୍ରାମକ ଖେଳୁଥିବା ବେଳେ କିଛି ଆରାମରେ ଖେଳିବାକୁ ପସନ୍ଦ କରନ୍ତି। ହେଲେ ଟିମ୍‌ ପାଇଁ କାରିଗର ସାବ୍ୟସ୍ତ ହେବା ଯାଏ ଏହା ଠିକ୍‌ ଥାଏ। ଏଭଳି ସମୟ ଆସେ ଯେତେବେଳେ ଅଧିକ ରନ୍‌ କରିବାକୁ ଚାହିଁ ଖେଳାଳିଟିଏ ଆଉଟ୍‌ ହୋଇଥାଏ। ଏଥିରେ ନିରାଶ ହେବା ଅନୁଚିତ। ଟିମ୍‌କୁ ଆବଶ୍ୟକତା ସମୟରେ ପନ୍ତ ଖେଳିବାର ଦମ୍ଭ ରଖିଥାନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁ ଓପନର ହୋଇଥିଲେ ସେ। ଏହାଛଡ଼ା ସେ ଖେଳର ପାରମ୍ପରିକ ରୂପକୁ ଜାଣିଛନ୍ତି। ଯଦି ଦଳ ସହ ବିସିସିଆଇର ସମର୍ଥନ ରୁହେ ତେବେ ପନ୍ତ ମଧ୍ୟ ନିଜକୁ ପ୍ରମାଣ କରିପାରିବେ। ତାଙ୍କ ଉପରେ ଚାପ ନ ରହିଲେ ସେ ଆହୁରି ଭଲ ପ୍ରଦର୍ଶନ କରିପାରନ୍ତି। ଏବେ ପନ୍ତଙ୍କ ସହ ଅଧିନାୟକ ଏବଂ କୋଚ୍‌ଙ୍କ ସମର୍ଥନ ରହିଛି। ଏଣୁ ଆଗକୁ ମଧ୍ୟ ସେ ଭଲ ଖେଳିପାରନ୍ତି। ମାତ୍ର କେବେ ସେ ବିଫଳ ହେଲେ ତାଙ୍କର ସମାଲୋଚନା କରା ନ ଯାଉ ବୋଲି ରୋହିତ ଚାହୁଁଥିବା କହିଛନ୍ତି।

Share