Categories: Home Leftଖେଳ

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ ନ କରି ଶୁଭଦୀପ ଘୋଷଙ୍କୁ ଟିମ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରିଛି।

ଏହି ପରିବର୍ତ୍ତନ ପରେ ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ ବିଜେତା ଅଧିନାୟକ ରୋହିତ ଶର୍ମା ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଟି. ଦିଲୀପଙ୍କ ପ୍ରଶଂସା କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।

ରୋହିତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଟି. ଦିଲୀପଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, “ଦିଲୀପ ଗୁରୁ, ଆପଣ ଜଣେ ଲିଜେଣ୍ଡ। ଆପଣ ଦଳ ମଧ୍ୟରେ ଯାଦୁ ସୃଷ୍ଟି କରିଛନ୍ତି ଏବଂ ପରଦା ପଛରେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଆପଣଙ୍କ ଆଗାମୀ ଯାତ୍ରା ପାଇଁ ଅନେକ ଶୁଭେଚ୍ଛା।

Odisha’s No.1 Odia Daily