Categories: ଖେଳ

ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା

ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ରେ ବିଜେତା ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ରୋହିତ କହିଛନ୍ତି, ମୁଁ ଏଠାରେ ବହୁତ କ୍ରିକେଟ ଖେଳିଛି, ଏଠାରେ କେତେ ବି ସ୍କୋର ହୋଇ ଥାଉ ନା କାହିଁକି, କୌଣସି ଦଳ ଆରାମରେ ତାକୁ ପୂରଣ କରିପାରିବ ନାହିଁ। ଆମକୁ ନିଜ କାମ କରିବାର ଥିଲା ଏବଂ ନିଜ ଯୋଜନା ମୁତାବକ ଚାଲିବାର ଥିଲା। ଆମେ ଜାଣିଥିଲୁ ଚାପ ରହିବ। ମ୍ୟାଚ୍‌ରେ ଖରାପ ଫିଲ୍ଡିଂ ସତ୍ତ୍ୱେ ଆମେ ଧୌର୍ଯ୍ୟ ହରାଇ ନ ଥିଲୁ । ଆମେ ଆମ କାମ ଠିକ୍‌ ଭାବେ କରିବାରେ ସଫଳ ହୋଇଛୁ ବୋଲି ସେ କହିଛନ୍ତି।

ଏହାଛଡ଼ା ରୋହିତ ବିଜୟର ଶ୍ରେୟ ମହମ୍ମଦ ଶାମିଙ୍କୁ ଦେବା ସହ କହିଥିଲେ, ଏକ ସମୟରେ ଦର୍ଶକ ଶାନ୍ତ ହୋଇଯାଇଥିଲେ। ହେଲେ ଆମେ ଜାଣିଥିଲୁ ଯେ ଆମକୁ କ୍ୟାଚ୍‌ ନଚେତ ରନ୍‌ ଆଉଟ୍‌ର ଆବଶ୍ୟକତା ରହିଛି। ଆମ ଲାଗି ଧୈର୍ଯ୍ୟ ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଏମିତିରେ ଶାମି ଭଲ ବୋଲିଂ କରି ସଫଳତା ଦେଲେ ବୋଲି ସେ କହିଛନ୍ତି।

Share