Categories: ଖେଳ

ଚାମ୍ପିୟନଶିପ୍‌ ଜିତିବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍‌ ଜିତିବା ନୁହେଁ: ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୪: ନବମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ ଜିତିପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)। ଶୁକ୍ରବାର ଖେଳାଯାଇଥିବା ଆର୍‌ସିବି ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ୨ ଉଇକେଟରେ ପରାଜିତ ହୋଇଛି। ହେଲେ ଏଥିଯୋଗୁ ନିରାଶ ହୋଇ ନ ଥିବା କହିଛନ୍ତି ଏମ୍‌ଆଇ ଅଧିନାୟକ ରୋହିତ ଶର୍ମା। ପ୍ରତିକ୍ରିୟା ରଖି ସେ କହିଛନ୍ତି, ଚାମ୍ପିୟନଶିପ୍‌ ହେବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍‌ ଜିତିବା ନୁହେଁ। ଆର୍‌ସିବି ସହ ମୁକାବିଲା ବେଶ ଭଲ ରହିଥିଲା। ଆମେ ତାଙ୍କୁ ସହଜରେ ଜିତିବାକୁ ଦେଇ ନ ଥିଲୁ। ଦେଖିବାକୁ ଗଲେ ଆମେ ନିଜର ସ୍କୋରକୁ ନେଇ ଖୁସି ନ ଥିଲୁ। କାରଣ ଆମେ ୨୦ରନ୍‌ କମ୍‌ ସ୍କୋର କରିଥିଲୁ। କିଛି ଭୁଲ ହେଲା। ହେଲେ ଏଭଳି ହୁଏ। ଏହାକୁ ଭୁଲି ଆଗକୁ ବଢ଼ିବାକୁ ହେବ। ମଇଦାନ ବୋଲିଂ ପାଇଁ ସେତେଟା ଭଲ ନ ଥିଲା। ଆଗାମୀ କିଛି ମ୍ୟାଚ୍‌ ପାଇଁ ଏଥିପାଇଁ ଭାବିବାକୁ ହେବ ବୋଲି ସେ କହିଛନ୍ତି।

ତେବେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ଉଇକେଟ ହରାଇ ୧୫୯ରନ୍‌ କରିଥିଲା। ଆର୍‌ସିବିର ହର୍ଷଲ ପଟେଲ ୨୭ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଏଥିଯୋଗୁ ଏମ୍‌ଆଇ ଟିମ୍‌ ବଡ଼ ସ୍କୋର କରିପାରି ନ ଥିଲା। ଏବି ଡିଭିଲିୟର୍ସଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ୮ ଉଇକେଟରେ ୧୬୦ରନ୍‌ କରି ବିଜେତା ହୋଇଥିଲା। ହେଲେ ମ୍ୟାଚ୍‌ର ଶେଷ ବଲ୍‌ ପର୍ଯ୍ୟନ୍ତ କିଏ ହାରିବ, କିଏ ଜିତିବ ଭାବିବା କଷ୍ଟକର ହୋଇଯାଇଥିଲା। କହିବାକୁ ଗଲେ ମ୍ୟାଚ୍‌ଟି ବେଶ୍‌ ରୋମାଞ୍ଚକର ଥିଲା।

Share